କରୋନା ବିରୋଧୀ ଲଢ଼େଇରେ ମୋଦୀ ସବୁଠୁ ଆଗରେ: ଗବେଷଣା

କରୋନା ବିରୋଧୀ ଲଢ଼େଇରେ ମୋଦୀ ସବୁଠୁ ଆଗରେ: ଗବେଷଣା

Moneycontrol

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ବେଳେ ସବୁ ଦେଶ ଏବେ ଏହି ଭାଇରସ୍‌ ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ, ଆପଣ ଜାଣିଲେ ଖୁସି ହେବେ ଯେ ଏହି ଲଢ଼େଇରେ ଆମ ଦେଶର ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଢେର୍‌ ଆଗରେ। କରୋନା ଭାଇରସ୍‌କୁ ନେଇ ଗବେଷଣା କରୁଥିବା ଏକ ଆମେରିକୀୟ କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି ଯେ କରୋନା ଭାଇରସ୍‌ ବିରୋଧରେ ଲଢ଼େଇରେ ମୋଦୀ ଅନେକ ମାତ୍ରାରେ ସଫଳ ହୋଇଛନ୍ତି।

‘ମର୍ଣ୍ଣିଂ କନ୍‌ସଲ୍ଟ ଏ‌ଜେନ୍ସି’ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ କରୋନା ବିରୋଧରେ ଲଢ଼ିବାରେ ମୋଦୀ ଅନ୍ୟ ସମସ୍ତଙ୍କଠାରୁ ଆଗରେ ରହି ପାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଦୌଡ଼ରେ ୮ ନମ୍ବରରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତରେ ଏବେ ସୁଦ୍ଧା ସମୁଦାୟ ୨୦ ହଜାର ୪୭୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୯୬୦ ଜଣ ସୁସ୍ଥ ହୋଇ ସାରିଲେଣି। ପୂରା ବିଶ୍ବରେ ୨୫ ଲକ୍ଷ ୮୦ ହଜାର ୭୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଲକ୍ଷ ୯୩ ହଜାର ୯୩ ଜଣ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe