୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ବିଷୟରେ ସାମ୍‌ ପିଟ୍ରୋଡ଼ାଙ୍କ ଟିପ୍ପଣୀ ପାଇଁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ବିଷୟରେ ସାମ୍‌ ପିଟ୍ରୋଡ଼ାଙ୍କ ଟିପ୍ପଣୀ ପାଇଁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ କଂଗ୍ରେସ ନେତା ସାମ୍‌ ପିଟ୍ରୋଡ଼ାଙ୍କୁ ୧୯୮୪ ମସିହା ଶିଖ୍‌-ବିରୋଧୀ ଟିପ୍ପଣୀ ଉପରେ ସେ ଦେଇଥିବା ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି। ମୋଦି କହିଲେ, ପିଟ୍ରୋଡ଼ାଙ୍କ ଟିପ୍ପଣୀ କଂଗ୍ରେସର ଅହଙ୍କାର ଓ ହୃଦୟହୀନତା ପ୍ରଦର୍ଶନ କରୁଛି।

ରୋହତକ ଠାରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଲେ: ଏଇ କଥାରୁ କଂଗ୍ରେସର ଚରିତ୍ର ଓ ମନୋଭାବ ଜଣାପଡୁଛି। ‘ହେଲା ତ ହେଲା’ ଏଇ ତିନିଟି ଶବ୍ଦ ସେମାନଙ୍କର ଅହଙ୍କାର ପ୍ରଦର୍ଶନ କରୁଛି। ଏହି ନେତାଜଣକ ଗାନ୍ଧୀ ପରିବାରର ଘନିଷ୍ଠ ଏବଂ ରାଜୀବ ଗାନ୍ଧୀଙ୍କର ବନ୍ଧୁ। ସେ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଗୁରୁ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଦେଶରେ ୧୯୮୪ ଦଙ୍ଗା ହୋଇଥିଲା ବୋଲି ବିଜେପି କହୁଥିବା କଥାର ଉତ୍ତର ଦେଇ ଏକ ସାକ୍ଷାତ୍‌କାରରେ ସାମ ପିଟ୍ରୋଡ଼ା କହିଲେ, ମୋର ସେମିତି ମନେହୁଏ ନାହିଁ। ଇଏ ଆଉ ଗୋଟାଏ ମିଛ। ୧୯୮୪ କଥା କ’ଣ? ପାଞ୍ଚ ବର୍ଷରେ ତୁମେ କ’ଣ କରିଛ ସେ ବିଷୟରେ କୁହ। ଏଇଟା ୧୯୮୪ରେ ହୋଇଥିଲା, ହେଲା ତ ହେଲା। ତୁମେ କ’ଣ କରିଛ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe