ରାତି ପାହିଲେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ୫୯ ଆସନ ପାଇଁ ୯୧୮ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ

Advertisment
ଆସନ୍ତା କାଲିଠାରୁ ସାରା ଦେଶରେ ଆରମ୍ଭ ହେବ ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମ, ଭୋଟର ନିଜେ କରିପାରିବେ ସଂଶୋଧନ

Business Today

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ। ୫୯ ଆସନରେ ୯୧୮ ପ୍ରାର୍ଥୀଙ୍କ ପାଇଁ ମତଦାନ କରିବେ ପ୍ରାୟ ୧୦ କୋଟି ଭୋଟର। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ଦିଗ୍ଜଜଙ୍କ ଭାଗ୍ୟ ର୍ନିଣ୍ଣୟ କରିବେ ଭୋଟର। ଉତ୍ତରପ୍ରଦେଶରେ ୧୩, ପଂଜାବରେ ୧୩, ପଶ୍ଚିମବଙ୍ଗରେ ୯ ଆସନରେ ହେବ ମତଦାନ । ସେହିପରି ବିହାରରେ ୮ଟି , ମଧ୍ୟପ୍ରଦେଶରେ ୮, ହିମାଚଳ ପ୍ରଦେଶରେ ୪ , ଝାଡଖଣ୍ଡରେ ୩ ଆସନ ଓ ଚଣ୍ଡିିଗଡର ଗୋଟିଏ ଆସନରେ ମତଦାନ ହେବ।

ତେବେ ଶେଷ ପର୍ଯ୍ୟାୟ ମତଦାନରେ ସାରାଦେଶର ନଜର ରହିଛି ପଶ୍ଚିମବଂଗ ଉପରେ। ପଶ୍ଚିମବଂଗରେ ମତଦାନ ହେଉଥିବା ୯ ଆସନ ମଧ୍ୟରୁ ୨୦୧୪  ନିର୍ବାଚନରେ ସବୁ ଦଖଲ କରିଥିଲା ଟିଏମସି। ତେଣୁ ଏଥର ଟିଏମସିର ଏହି ଗଡ ଭାଂଗିବାକୁ ବିଜେପି ଯୋଜନା କରିଥିବାରୁ ଟିଏମସି ଓ ବିଜେପି ମଧ୍ୟରେ ହେବ ଜୋରଦାର ଟକ୍କର .ହେବ।

publive-image

ସପ୍ତମ ପର୍ଯ୍ୟାୟର ସବୁଠାରୁ ହାଇପ୍ରୋଫାଇଲ୍‌  ଆସନ ହେଉଛି ବାରଣାସୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏଠାରେ ସପାର ଶାଳିନୀ ଦେବୀ ଓ କଂଗ୍ରେସର ଅଜୟ ରାୟଙ୍କ ମଧ୍ୟରେ ଟକ୍କର ହେଉଛି। ବିହାରର ପାଟନା ସାହିବରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ହେବ ଲଢେଇ। ଗୁରୁଦାସପୁରରୁ ଅଭିନେତା ସନି ଦେଓଲ , ଗୋରଖପୁରରୁ ରବି କିଶନ, ଦୁମକା ଆସନରୁ ଜେଏମଏମ୍‌ ମୁଖ୍ୟ ଶିବୁ ସୋରେନ୍‌ , ବିହାର ସାସାରାମ ଆସନରୁ ପୂର୍ବ ଲୋକସଭା ଅଧ୍ୟକ୍ଷା ମୀରା କୁମାର ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ସେହିପରି ବିହାରର ପାଟଳିପୁତ୍ର ଆସନରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ଟକ୍କର ଦେଉଛନ୍ତି ଆରଜେଡି ପ୍ରାର୍ଥୀ ମୀସା ଭାରତୀ। ୫୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ବିଜେପି ଜିତିଥିଲା ୩୨ ଆସନ। ତେବେ ଏଥର କେନ୍ଦ୍ରରେ ପୁଣି ଥରେ କ୍ଷମତାକୁ ଫେରିବାକୁ ହେଲେ ୨୦୧୪ର ସଫଳତା ଦଳକୁ ଦୋହରାଇବାକୁ ପଡ଼ିବ। ହେଲେ ବିରୋଧୀଙ୍କ ରଣନୀତିକୁ ଦେଖିଲେ ଏଥର ମୋଦୀଙ୍କ ପାଇଁ ଏହା ଏତେ ସହଜ ହେବାପରି ମନେ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe