‘ମୋଦିନୋମିକ୍ସ୍‍’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ସିଓଲ୍‌ ଶାନ୍ତି ପୁରସ୍କାର ପ୍ରଦାନ

Advertisment
‘ମୋଦିନୋମିକ୍ସ୍‍’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ସିଓଲ୍‌ ଶାନ୍ତି ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ‘ମୋଦିନୋମିକ୍ସ୍‍’ ଜରିଆରେ ଭାରତ ଓ ବିଶ୍ୱରେ ଉଚ୍ଚ ଆର୍ଥିକ ବିକାଶରେ ଅବଦାନ, ବିଶ୍ୱ ଶାନ୍ତିକୁ ଅବଦାନ, ଭାରତରେ ମାନବ ବିକାଶ ଏବଂ ଗଣତନ୍ତ୍ରର ଅଗ୍ରଗତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ବର୍ଷର ସିଓଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବା କଥା ବୁଧବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ଏକ ପ୍ରେସ୍‌ ବିଜ୍ଞପ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଦୁର୍ନୀତି ବିରୋଧୀ ପଦକ୍ଷେପ ଏବଂ ବିମୁଦ୍ରାୟନ ଜରିଆରେ ସରକାରକୁ ସ୍ୱଚ୍ଛ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ମଧ୍ୟ ପୁରସ୍କାର କମିଟି ପ୍ରଶଂସା କରିଛି।

ଏହି ପୁରସ୍କାର ଗ୍ରହଣ କରିବାରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ୧୪ତମ ବ୍ୟକ୍ତି। ପୂର୍ବରୁ ଜାତିସଂଘ ସାଧାରଣ ସଚିବ କୋଫି ଆନ୍ନନ୍‌, ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ ଏବଂ ଡକ୍ଟର୍ସ ଉଇଦାଉଟ୍‌ ବଡର୍ସ ଏବଂ ଅକ୍ସ୍‍ଫାମ୍‌ ଭଳି ସଂସ୍ଥା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ପାଇଁ ସମଗ୍ର ବିଶ୍ୱରୁ ଆସିଥିବା ୧୩୦୦ ନାମାଙ୍କନ ପତ୍ରରୁ ପୁରସ୍କାର କମିଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁରସ୍କାର ଦେବା ନିମନ୍ତେ ସ୍ଥିର କରିଥିଲେ। କମିଟି ତାଙ୍କୁ ୨୦୧୮ ସିଓଲ୍‌ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛି।

ପୁରସ୍କାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe