ପାଞ୍ଚ ବର୍ଷ ଶାସନକାଳ ମଧ୍ୟରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ମୋଦୀ

Advertisment
ପାଞ୍ଚ ବର୍ଷ ଶାସନକାଳ ମଧ୍ୟରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ମୋଦୀ

www.indiatoday.in

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଥମ ଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବାର ନଜର ଆସିଛନ୍ତି। ଆଜି ମୋଦୀ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହାଙ୍କ ନିକଟରେ ବସିଥିବାର ଦେଖିବାକୁ ମିଳିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ସଂପର୍କରେ ଅମିତ ଶାହା କହିଛନ୍ତି ଯେ ୨୦୧୯ ନିର୍ବାଚନୀ ପ୍ରଚାର ଶେଷ ହୋଇଛି ଓ ସେ ସଂପର୍କିତ ସଂପୂର୍ଣ୍ଣ ବିବରଣୀ ଦେବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶାହା କହିଛନ୍ତି ଯେ ‘ଫିର୍‌ ଏକ୍‌ ବାର୍‌ ମୋଦୀ ସରକାର’ ଓ ‘ମେ ଭି ଚୌକିଦାର’ ପରି ସ୍ଲୋଗାନ୍‌ ବିଜେପିର ଦଳୀୟ ନେତା ନୁହଁନ୍ତି ବରଂ ସାଧାରଣ କର୍ମୀ ବାହାର କରିଛନ୍ତି।’

ଲୋକସଭା ନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ। ମେ ୧୯ରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ୫୯ଟି ଆସନ ପାଇଁ ମତ ଗ୍ରହଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe