ସରିଛି ନିର୍ବାଚନ, ଆସିଛି ଫନି, ସହାୟତାର ହାତ ବଢ଼ାଇବାକୁ ବାହାରିଲେ ପୁରୀର ତିନି ଦଳର ସାଂସଦ ପ୍ରାର୍ଥୀ

ସରିଛି ନିର୍ବାଚନ, ଆସିଛି ଫନି, ସହାୟତାର ହାତ ବଢ଼ାଇବାକୁ ବାହାରିଲେ ପୁରୀର ତିନି ଦଳର ସାଂସଦ ପ୍ରାର୍ଥୀ

ପୁରୀ: ଓଡ଼ିଶାରେ ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଗତ ଏପ୍ରିଲ ୨୯ରେ ଶେଷ ହେବା ପରେ ସାମୁଦ୍ରିକ ଘୁର୍ଣ୍ଣି ଝଡ଼ ‘ଫନି’ ଆସିଛି। ସପ୍ତଦଶ ଲୋକସଭା ନିର୍ବାଚନର ଫଳ ଚଳିତ ମାସ ୨୩ ତାରିଖରେ ଆସିବା ପୂର୍ବରୁ ଓଡ଼ିଶାର ଅନ୍ୟତମ ଆଧ୍ୟାତ୍ମିକ ସହର ପୁରୀରେ ଶୁକ୍ରବାର ବାତ୍ୟା ତାଣ୍ଡବ ଲୀଳା କରିଛି। ଏହି ସମୟରେ ଭୋଟରଙ୍କ ପାଖରେ ଛିଡା ହୋଇ ସେମାନଙ୍କ ମନୋବଳକୁ ଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି-ବିଜେପି ଓ କଂଗ୍ରେସର ଲୋକସଭା ପ୍ରାର୍ଥୀ ।

ବିଜେପି ସାଂସଦ ପ୍ରାର୍ଥୀ ଡ଼. ସମ୍ବିତ ପାତ୍ର ସମୁଦ୍ର କୁଳିଆ ଅଞ୍ଚଳକୁ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିଛନ୍ତି। କିଭଳି ଲୋକମାନେ ନିରାପଦ ବାସସ୍ଥାନକୁ ଚାଲିଯିବେ ଆଉ ସୁରକ୍ଷିତ ରହିବେ ସେ ନେଇ ନିଜ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଠିକ ସେହିପରି ପୁରୀର ସାଂସଦ ତଥା ବିଜେଡିରୁ ମଇଦାନକୁ ଓହ୍ଲାଇଥିବା ପିନାକୀ ମିଶ୍ର ଜିଲ୍ଲାପାଳ ଓ ଫନି ପାଇଁ ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ବରିଷ୍ଠ ଆଇଏଏସ ଅଫିସର ସୁରେଶ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି।

publive-image

ଆଉ କଂଗ୍ରେସର ଲୋକସଭା ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ମଧ୍ୟ ପଛରେ ପଡ଼ିନାହାନ୍ତି । ସେ ବର୍ଷାରେ ଭିଜି ଭିଜି ପୁରୀ ସହରର ଲୋକଙ୍କୁ ଭେଟିଛନ୍ତି। ବାତ୍ୟାରୁ କିଭଳି ବର୍ତ୍ତିହେବ ଆଉ ଏହାକୁ ମୁକାବିଲା କରିହେବ ତାହାକୁ ବୁଲିବୁଲି ବୁଝାଉଥିବାର ଦେଖିବାକୁ ମିଳୁଛି ତେବେ ଫନି ପୂର୍ବରୁ ବୁଲୁଥିବା ଏହି ନେତାମାନେ ବାତ୍ୟା ପରେ ରାଜନୀତି କରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe