Image Source: Hindustan Times
ନୂଆଦିଲ୍ଲୀ: ଭୋଟର୍ମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଜଣେ ପୋଲିଙ୍ଗ୍ ଏଜେଣ୍ଟ୍ଙ୍କୁ ଗିରଫ କରାଯାଇଛି।
ରବିବାର ଅପରାହ୍ଣରେ ସେ ପୋଲିଙ୍ଗ୍ ଏଜେଣ୍ଟ୍ଙ୍କୁ ଗିରଫ କରାଯାଇଥିବା କଥା ସତ ବୋଲି ନିର୍ବାଚନ କମିସନର୍ ଅଶୋକ ଲାବାସା କହିଛନ୍ତି। ସମ୍ପୃକ୍ତ ମାମଲା ସଂକ୍ରାନ୍ତରେ ହେବାକୁ ଥିବା ରିପୋର୍ଟକୁ ନିର୍ବାଚନ କମିସନ ଯାଞ୍ଚ କରିବେ।
ମେ ୧୨ ତାରିଖ ଦିନ ହରିୟାଣାର ଫରିଦାବଦ ଠାରେ ୨୦୧୯ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା।
ଲାବାସା ଟୁଇଟ୍ କରିଛନ୍ତି: ଫରିଦାବାଦ ଡିଇଓ ରିପୋର୍ଟ କରିଛନ୍ତି ଯେ ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ସିଂହ ସମଗ୍ର ଘଟଣାର ତଦନ୍ତ କରିଛନ୍ତି। ଭିଡିଓରେ ଦେଖା ଦେଉଥିବା ଯୁବକ ଜଣକ ହେଉଛନ୍ତି ପୋଲିଙ୍ଗ୍ ଏଜେଣ୍ଟ୍ ଏବଂ ତାଙ୍କୁ ଗିରଫ କରାଯାଇଛି। ଏ ଘଟଣାର ଏଫ୍ଆଇଆର୍ ବି ହୋଇଛି।
ପୂର୍ଣ୍ଣ ରିପୋର୍ଟ ଗ୍ରହଣ କରିବା ପରେ ନିର୍ବାଚନ କମିସନର୍ କହିଲେ ଯେ କର୍ତ୍ତବ୍ୟ ଅବହେଳା କରିଥିବା ସମସ୍ତଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us