ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

Advertisment
ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

Image Source: ANI

ନୂଆଦିଲ୍ଲୀ: ସୋମବାର ସକାଳ ୭ଟାରୁ ମହାରାଷ୍ଟ୍ରର ୨୮୮ଟି ଓ ହରିୟାଣାର ୯୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।
ମତଦାତାଙ୍କ ମଧ୍ୟରେ ଅଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ନାଗପୁର ସେଣ୍ଟ୍ରାଲ୍‌ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେଇଛନ୍ତି ଆର୍‌ଏସ୍‌ଏସ୍‌ର ସର୍ସଘଂଚାଳକ ମୋହନ ଭାଗବତ। ଓ୍ଵର୍‌ଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେଇଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ଜୁଲିଓ ରିବେରିଓ।

ଚର୍ଖିଧାରୀ ନିର୍ବାଚନ ମଣ୍ଡଳୀର ବାଲାଲି ଗ୍ରାମରେ ବୁଥ୍‌ ନମ୍ବର ୧୨୮-୨୯ ବୁଥ୍‌ରେ ମଧ୍ୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଏହି ଆସନରୁ ବିଜେପି ଟିକେଟ୍‌ରେ କଂଗ୍ରେସ ପ୍ରାର୍ଥ ନୃପେନ୍ଦ୍ର ସିଂହ ସାଙ୍ଗଓ୍ଵାନ୍‌ ଏବଂ ଜନନାୟକ ଜନତା ପାର୍ଟିର ପ୍ରାର୍ଥୀ ସତ୍‌ପାଲ୍‌ ସାଙ୍ଗ୍‌ଓ୍ଵାନ୍‌ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରେସ୍‌ଲର୍‌ ବବିତା ଫୋଗତ୍‌।

publive-image Representative Image

ହରିୟାଣାରେ ମଧ୍ୟ ବିଭିନ୍ନ ବୁଥ୍‌ରେ ମତଦାନ ଆରମ୍ଭ ହୋଇଛି। ଗୁରୁଗ୍ରାମ ଅନ୍ତର୍ଗତ ବାଦଶାହାପୁରର ବୁଥ୍‌ ନମ୍ବର ୨୮୬ରେ ଇଭିଏମ୍‌ ମେସିନ୍‌ ଅଚଳ ହୋଇଯିବାରୁ ଭୋଟ୍‌ ଗ୍ରହଣ ବନ୍ଦ ରହିଛି। ହିସାର ଠାରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷା କୁମାରୀ ସେଲ୍‌ଜା ଯଶୋଦା ପବ୍ଲିକ୍‌ ସ୍କୁଲ୍‌ରେ ଖୋଲିଥିବା ୧୦୩ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ହରିୟାଣା ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଚାଲିଛି। ଭାରତର କେତେକ ଅଞ୍ଚଳରେ ଉପନିର୍ବାଚନ ମଧ୍ୟ ଚାଲିଛି। ଏହି ସବୁ ରାଜ୍ୟର ଏବଂ ଆସନର ଭୋଟର୍‌ମାନଙ୍କୁ ମୁଁ ନିବେଦନ କରୁଛି ସେମାନେ ରେକର୍ଡ ସଂଖ୍ୟାରେ ଆସି ଗଣତନ୍ତ୍ରର ମହୋତ୍ସବକୁ ସମୃଦ୍ଧ କରନ୍ତୁ। ମୋର ଆଶା ବହୁସଂଖ୍ୟାରେ ଯୁବବର୍ଗ ଭୋଟ୍‌ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe