ବାଲେଶ୍ୱର: ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ଚଳିତ ନିର୍ବାଚନ ଋତୁରେ ୩ୟ ଘଟଣା

Advertisment
ଏରସମା-ବାଲିକୁଦାରେ ନିର୍ବାଚନୀ ହିଂସା: ଭୋଟ ଦେଇ ଘରକୁ ଫେରୁଥିଲେ, ବୋଲତ ଭୁଷିଦେଲେ ଦୁର୍ବୃତ୍ତ

Verywell Mind

ବାଲେଶ୍ୱର: ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଅଯୋଧ୍ୟା ବୁଥ୍‌ ନମ୍ବର ୨୮ ପାଇଁ ନିଯୁକ୍ତ ପୋଲିଂ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କର ଶନିବାର ମୃତ୍ୟୁ ଘଟିଛି। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ହେବାକୁ ଥିବା ନିର୍ବାଚନ ପାଇଁ ବସରେ ଯାଉଥିବା ବେଳେ ସେ ବାଟରେ ଅସୁସ୍ଥ ହୋଇପଡ଼ିଥିଲେ ତାଙ୍କୁ ଗୁରୁତର ଭାବେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରକୁ ପହଂଚିବା ପୂର୍ବରୁ ଏପ୍ରିଲ ୨୧ରେ ଜଣେ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଆନନ୍ଦପୁର ବିଧାନସଭା ଅନ୍ତର୍ଗତ ବୁଥ୍‌ ନଂ ୧୪୯କୁ ଡ୍ୟୁଟି ପାଇଁ ଯିବା ପୂର୍ବରୁ ଅଭୟ କୁମାର ସେଠୀଙ୍କର ମୃତ୍ୟୁ ହୋଇଥିଲା। ଘଟଣା ଦିନ ଡେସ୍‌ପାଚ ରୁମରେ ଅଭୟ ଅଚାନକ ବେହୋସ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଭାବେ ଆନନ୍ଦପୁର ଉପଖଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ହସ୍‌ପିଟାଲରେ ଭର୍ତ୍ତି କରିବାର ଅଳ୍ପ ସମୟ ପରେ ଅଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପର୍ଜଙ୍ଗ ବିଧାନସଭା ଆସନର କଣ୍ଟାପାଳ ୪୧ ନମ୍ବର ବୁଥରେ ନବକିଶୋର ନାୟକ ଆକସ୍ମିକ ଭାବେ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe