WPL: ଡବ୍ଲୁପିଏଲ: ଆର୍‌ସିବିକୁ ଝଟ୍‌କା, ପୂଜା ବାଦ୍

Advertisment

ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ବିଜୟର ଖୁସି ସହିତ ଦଳକୁ ଏକ ଝଟ୍‌କା ବି ଲାଗିଛି।

ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ବିଜୟର ଖୁସି ସହିତ ଦଳକୁ ଏକ ଝଟ୍‌କା ବି ଲାଗିଛି।

wpl-2026-pooja-vastrakar-is-a-tremendous-addition-to-rcb-says-aakash-chopra

pooja vastrakar Photograph: (Photo: Social Media)

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ବିଜୟର ଖୁସି ସହିତ ଦଳକୁ ଏକ ଝଟ୍‌କା ବି ଲାଗିଛି। ଅଚାନକ ଆହତ ହୋଇ ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରକାର ପୂରା ଋତୁରୁ ବାଦ୍‌ ପଡ଼ିଛନ୍ତି। ଅବଶ୍ୟ ସେ ଶୁକ୍ରବାରର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିନଥିଲେ।

ପୂଜା ଶେଷ ଥର ପାଇଁ ଅକ୍ଟୋବରରେ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ଏକ ମ୍ୟାଚ୍ ଖେଳିଥିଲେ। ଡବ୍ଲୁପିଏଲ ନିଲାମରେ ଆରସିବି ତାଙ୍କୁ ୮୫ ଲକ୍ଷ ଟଙ୍କାରେ ଖରିଦ କରିଥିଲା। ଆଶା କରାଯାଉଥିଲା ଯେ ସେ କାନ୍ଧ ଯନ୍ତ୍ରଣାରୁ ଆରୋଗ୍ୟ ଲାଭ କରି ଡବ୍ଲୁପିଏଲକୁ ଫେରିବେ। କିନ୍ତୁ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସିଲେନ୍ସ (ସିଓଇ) ରୁ ତାଙ୍କୁ ଡିସ୍‌ଚାର୍ଜ କରାଯିବାର ଦୁଇ ସପ୍ତାହ ପୂର୍ବରୁ ଦୁର୍ଭାଗ୍ୟବଶତଃ ସେ ପୁଣି ଥରେ ଗୋଡ଼ ମାଂସପେଶୀ ଆଘାତର ଶିକାର ହୋଇଥିଲେ।

ଆହୁରି ପଢନ୍ତୁ: Worldcup Issue: ବିଶ୍ବକପ୍‌ ବିବାଦକୁ ନେଇ ବାଂଲାଦେଶ କ୍ରିକେଟ୍‌ରେ ଝଡ଼, ନିଜ ସ୍ଥିତିକୁ ବୁଝ, ବିସିସିଆଇ ସହ ଲାଗନି କହିଲେ ତମିମ

ଏଣୁ ତାଙ୍କୁ ଆହୁରି ଦୁଇ ସପ୍ତାହ ସେଠାରେ ରହିବାକୁ ପଡ଼ିବ ବୋଲି ଆରସିବିର ମୁଖ୍ୟ ପ୍ରଶିକ୍ଷକ ମାଲୋଲନ ରଙ୍ଗରାଜନ କହିଛନ୍ତି। ପୂଜାଙ୍କ ଅନୁପସ୍ଥିତିରେ, ଆର୍‌ସିବିର ବୋଲିଂ ବିଭାଗ ଇଂଲଣ୍ଡ ସ୍ପିନର ଲିନ୍ସୀ ସ୍ମିଥ୍, ଅରୁନ୍ଧତୀ ରେଡ୍ଡୀ ଏବଂ ନାଦିନ ଡି କ୍ଲାର୍କଙ୍କ ସମ୍ଭାଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe