‘ଆଦିପୁରୁଷ’ ସୁଟିଂ ବେଳେ ଗୋଟିଏ ଟେକରେ ୨ପୃଷ୍ଠାର ଡାଏଲଗ କହିଥିଲେ ପ୍ରଭାସ

‘ଆଦିପୁରୁଷ’ ସୁଟିଂ ବେଳେ ଗୋଟିଏ ଟେକରେ ୨ପୃଷ୍ଠାର ଡାଏଲଗ କହିଥିଲେ ପ୍ରଭାସ

ମୁମ୍ବାଇ: ଆଗାମୀ ଭବିଷ୍ୟତରେ ରିଲିଜ୍‌ ହେବାକୁ ଥିବା ତେଲୁଗୁ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ୬ ମାସ ବିଳମ୍ବରେ ରିଲିଜ୍‌ ‌ହେବ। ଫିଲ୍ମର ଭିଏଫଏକ୍ସ କାମ ଏବଂ ଫିଲ୍ମରେ ଥିବା ଚରିତ୍ରଙ୍କ ଲୁକକୁ ନେଇ ବିବାଦ ହେବାରୁ ଏହା ଉପରେ ପୁଣି ଥରେ କାମ କରାଯାଉଛି। ତେବେ ବିବାଦ ମଧ୍ୟରେ ସୁପରଷ୍ଟାର ପ୍ରଭାସଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଖବର ଅନୁଯାୟୀ, ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ପ୍ରଭାସ ଏହି ଫିଲ୍ମରେ କେବଳ ଗୋଟିଏ ଟେକରେ ଦୁଇ ପୃଷ୍ଠାର ଡାଏଲଗ କହିଥିବା ଜଣାପଡ଼ିଛି। ସୁଟିଂ ସମୟରେ ପ୍ରଭାସଙ୍କ ଏହି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି କୁହାଯାଉଛି।

ତେବେ ‘ଆଦିପୁରୁଷ’ ପ୍ରଭାସଙ୍କ ପ୍ରଥମ ବଲିଉଡ ପ୍ରୋଜେକ୍ଟ ହେବ। ସେ ରାଘବ (ଭଗବାନ ରାମ)ଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ସୈଫ ଅଲି ଖାନ ଲଙ୍କେଶ (ରାବଣ) ଏବଂ କ୍ରିତି ସାନନ ଏହି ଚଳଚ୍ଚିତ୍ରରେ ଜାନକୀ (ଦେବୀ ସୀତା)ଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହା ସହ ସନି ସିଂଙ୍କୁ ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଚରିତ୍ର ଦିଆଯାଇଛି। ଆଦିପୁରୁଷ, ପ୍ରଭାସଙ୍କ ସବୁଠାରୁ ଦାମୀ ଚଳଚ୍ଚିତ୍ର ହେବ। ଏହି ଫିଲ୍ମର ବଜେଟ ୩୦୦କୋଟିରୁ ଅଧିକ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe