ଦାମୀ ଚାକିରି ଛାଡି ସନ୍ୟାସୀ ହୋଇଗଲେ ମୁକେଶଙ୍କ ସହଯୋଗୀ

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିର ପୂର୍ବତନ ଉପ ସଭାପତି  ତଥା ମୁକେଶ ଅମ୍ବାନିଙ୍କ ଘନିଷ୍ଠ ସହଯୋଗୀ ପ୍ରକାଶ ଶାହା ବାର୍ଷିକ ୭୫କୋଟି ଟଙ୍କାର ଚାକିରୀକୁ ପରିତ୍ୟାଗ କରି ଜୈନ ସାଧୁ ହେବା ପାଇଁ ନିଷ୍ପତି ନେଇଛନ୍ତି  |

ରିଲାଏନ୍ସ ଇଣ୍ଡଷ୍ଟ୍ରିର ପୂର୍ବତନ ଉପ ସଭାପତି  ତଥା ମୁକେଶ ଅମ୍ବାନିଙ୍କ ଘନିଷ୍ଠ ସହଯୋଗୀ ପ୍ରକାଶ ଶାହା ବାର୍ଷିକ ୭୫କୋଟି ଟଙ୍କାର ଚାକିରୀକୁ ପରିତ୍ୟାଗ କରି ଜୈନ ସାଧୁ ହେବା ପାଇଁ ନିଷ୍ପତି ନେଇଛନ୍ତି  |

New34ct (5)

ମୁମ୍ବାଇ: ଭଲ ଦରମା ସାଙ୍ଗକୁ ବଡ଼ ପୋଷ୍ଟ ଛାଡି ସନ୍ୟାସୀଙ୍କ ରାସ୍ତାରେ ଯାଇଛନ୍ତି ଜଣେ ଜଣାଶୁଣା କୋଟିପତି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ରିଲାଏନ୍ସ ଇଣ୍ଡଷ୍ଟ୍ରିର ପୂର୍ବତନ ଉପ ସଭାପତି  ତଥା ମୁକେଶ ଅମ୍ବାନିଙ୍କ ଘନିଷ୍ଠ ସହଯୋଗୀ ପ୍ରକାଶ ଶାହା ବାର୍ଷିକ ୭୫କୋଟି ଟଙ୍କାର ଚାକିରୀକୁ ପରିତ୍ୟାଗ କରି ଜୈନ ସାଧୁ ହେବା ପାଇଁ ନିଷ୍ପତି ନେଇଛନ୍ତି  | ପ୍ରକାଶ ଓ ତାଙ୍କ ପତ୍ନୀ ନୈନା ଶାହ ମୁମ୍ବାଇର ବୋରିଭାଲିରେ ‘ଦୀକ୍ଷା’ ଗ୍ରହଣ କରି ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତି ନେଇଛନ୍ତି ।ପ୍ରକାଶ ଶାହ ଜଣେ ରାସାୟନିକ ଇଞ୍ଜିନିୟର ଏବଂ ଆଇଆଇଟି ବମ୍ବେରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ରିଲାଏନ୍ସରେ ସେ ଜାମନଗର ପେଟକୋକ ଗ୍ୟାସିଫିକେସନ ପ୍ରୋଜେକ୍ଟ ଏବଂ ପେଟକୋକ ମାର୍କେଟିଂ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ନେତୃତ୍ୱ ନେଉଥିଲେ। ତାଙ୍କ ନେତୃତ୍ୱ ଓ ବ୍ୟବସାୟିକ ଦକ୍ଷତା ତାଙ୍କୁ ମୁକେଶ ଅମ୍ବାନୀଙ୍କର ‘ଡାହାଣ ହାତ’ ଭାବେ ପରିଚୟ ପ୍ରଦାନ କରିଥିଲା |

ସୂଚନା ଅନୁଯାୟୀ, ପ୍ରକାଶ ଓ ନୈନା ଶାହଙ୍କର ଦୁଇ ପୁତ୍ର ଅଛନ୍ତି। ସେମାନଙ୍କ ବଡ଼ ପୁତ୍ର ସାତ ବର୍ଷ ପୂର୍ବେ ଦୀକ୍ଷା ଗ୍ରହଣ କରି ‘ଭୁବନ ଜୀତ ମହାରାଜ’ ନାମରେ ଜୈନ ସାଧୁ ହୋଇଥିଲେ। ଅନ୍ୟ ପୁତ୍ର ବିବାହିତ ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ଅଛି। ୨୦୨୫ ମହାବୀର ଜୟନ୍ତୀରେ ସେ ଓ ତାଙ୍କ ପତ୍ନୀ ଏହି ଦୀକ୍ଷା ଗ୍ରହଣ କଲେ।ବର୍ତ୍ତମାନ ୬୪ ବର୍ଷ ବୟସରେ ପ୍ରକାଶ ଶାହ ସାଧାରଣ ଧଳା ବସ୍ତ୍ର ପରିଧାନ କରି, ଖାଲି ପାଦରେ ଚାଲି ଓ ଭିକ୍ଷା ଉପରେ ନିର୍ଭର କରି ଜୀବନଯାପନ କରୁଛନ୍ତି। ସେ ବ୍ରହ୍ମଚର୍ଯ୍ୟ ଓ ସମସ୍ତ ଐଶ୍ଚର୍ଯ୍ୟମୟ ସୁଖରୁ ମୁକ୍ତ ହୋଇ ଜୈନ ଦର୍ଶନରେ ନିହିତ ସତ୍ୟ, ସରଳତା ଓ ଧ୍ୟାନର ପଥ ଅନୁସରଣ କରୁଛନ୍ତି। ତାଙ୍କ ଏହି ପରିବର୍ତ୍ତନ ବ୍ୟବସାୟିକ ଓ ଆଧ୍ୟାତ୍ମିକ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।ସୋସିଆଲ ମିଡିଆରେ ପ୍ରକାଶଙ୍କ ସାଧୁ ଜୀବନର ଫଟୋ ଭାଇରାଲ ହୋଇଛି , ଯେଉଁଥିରେ ସେ ଧଳା ବସ୍ତ୍ରରେ, ଖାଲି ପାଦରେ ଚାଲୁଥିବା ଦେଖାଯାଉଛନ୍ତି। ତାଙ୍କ ଏହି ନିଷ୍ପତ୍ତି ଅନେକଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି, ଯେଉଁମାନେ ଧନସମ୍ପଦ ଓ ସ୍ଥିତି ତ୍ୟାଗ କରି ଆଧ୍ୟାତ୍ମିକ ପଥ ଅନୁସରଣ କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe