ବାବାଙ୍କ ଦିଲ୍ଲୀ ରହଣିକୁ ପୁଣି ଥରେ ମଞ୍ଜୁର କଲେ ସୁପ୍ରିମୋ ! ନବୀନ କହିଲେ ରାଜ୍ୟସଭା ଯିବେ ପ୍ରସନ୍ନ ପାଟ୍ଟଶାଣୀ

Advertisment
ବାବାଙ୍କ ଦିଲ୍ଲୀ ରହଣିକୁ ପୁଣି ଥରେ ମଞ୍ଜୁର କଲେ ସୁପ୍ରିମୋ ! ନବୀନ କହିଲେ ରାଜ୍ୟସଭା ଯିବେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର : ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପରେ ପ୍ରସନ୍ନ ଅଛନ୍ତି ନବୀନ ! ଲୋକସଭାରୁ ତାଙ୍କୁ ପଠାଯିବ ରାଜ୍ୟସଭା। ସଂସଦର  ନିମ୍ନ ସଦନରୁ ସେ ଯିବେ ଉଚ୍ଚ ସଦନକୁ। ଦଳ ତାଙ୍କର ଟିକଟ କାଟିଲା ସତ, ତା’ସହ ପୁରସ୍କାର ମଧ୍ୟ ଘୋଷଣା କଲା। ବାବାଙ୍କ ଦିଲ୍ଲୀ ରହଣିକୁ ସୁପ୍ରିମୋ ପୁଣି ଥରେ ମଞ୍ଜୁର କରିଛନ୍ତି।

ଦୀର୍ଘ  ୨୧ ବର୍ଷ ପରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ବିଜୁ ଜନତା ଦଳ । ୨୦୧୯ ସାଧାରଣ ନିର୍ବାଚନର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଯଦି ଭୁବନେଶ୍ୱର ଲୋକସଭା ଆସନ ଉପରେ ନଜର ପକାଇବା, ତେବେ ୧୯୯୮ ମସିହାରୁ ଏହି ଆସନରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ନିର୍ବାଚିତ ହେଉଥିଲେ ପ୍ରସନ୍ନ ପାଟ୍ଟଶାଣୀ ।

publive-image You Tube

କିନ୍ତୁ ଚଳିତ ଥର ନିର୍ବାଚନରେ ପ୍ରାର୍ଥୀ ବଦଳାଇଛି ବିଜେଡି । ପାଟ୍ଟଶାଣୀଙ୍କ ବଦଳରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ସେପଟେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଇବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରଥମେ ବିଜେପି ପକ୍ଷରୁ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଏହି ଆସନରେ ଏଥର କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି, କାହାକୁ ପ୍ରାର୍ଥୀ କରିବ, ତା ଉପରେ ରହିଥିଲା ସମସ୍ତଙ୍କ ନଜର । ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କ ମଧ୍ୟରୁ, ଶେଷରେ ଅରୂପଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରମୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe