Image Source: Latestly
ନୂଆଦିଲ୍ଲୀ: ପ୍ରସାର ଭାରତୀ ଓ ଗୁଗୁଲ ମେ ୨୩ ତାରିଖରେ ଲୋକସଭା ଓ ବିଧାନସଭା ନିର୍ବାଚନର ସିଧା ପ୍ରସାରଣ ପାଇଁ ହାତ ମିଳାଇଛନ୍ତି | ସୋସିଆଲ ଭିଡିଓ ସାଇଟ ୟୁଟ୍ୟୁବରେ ଦର୍ଶକ ସିଧା ପ୍ରସାରଣ ଦେଖିପାରିବେ।
ପ୍ରସାର ଭାରତୀ ଅଧିକାରୀ କହିଛନ୍ତି ଯେ ଗୁଗୁଲ ଓ ପ୍ରସାର ଭାରତୀ ଆସନ୍ତା ୨୩ ତାରିଖରେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବକୁ ପାଳନ କରିବେ। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀ ଶେଖର ଭେମ୍ପତି କହିଛନ୍ତି ଯେ, କେହି ବି ୟୁଜର୍ସ ୟୁଟ୍ୟୁବ ଖୋଲିବେ ସେମାନଙ୍କୁ ପ୍ରଥମେ ନିର୍ବାଚନ ଫଳାଫଳର ଲାଇଭ ଷ୍ଟ୍ରିମିଙ୍ଗ ଦେଖାଦେବ।
Jagranୟୁଟ୍ୟୁବ ୱେବସାଇଟ ବା ଆପ ମାଧ୍ୟମରେ ଜଣେ ଚାହିଁଲେ ଏହି ସିଧା ପ୍ରସାରଣ ଦେଖିପାରିବ । ବଡ କଥା ଏହି ସିଧା ପ୍ରସାରଣ ସମୟରେ ଯିଏ ବି ଚାହିଁବ ନିଜ ପସନ୍ଦର ଭାଷାକୁ ଚୟନ କରିପାରିବ। ୧୪ଟି ବିଭିନ୍ନ ଭାଷା ମାଧ୍ୟମରେ ଏହି ସିଧା ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି। ଏହି ସୁବିଧା ମେ ୨୩ ତାରିଖ ଦିନ ପୁରା ସମୟ ରହିବ।
ଏଠାରେ ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନ ପାଇଁ ସାତଟି ପର୍ଯ୍ୟାୟରେ ଭୋଟ୍ ହୋଇଯାଇଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ମେ ୧୯ ଯାଏଁ ଚାଲିଥିଲା।
Follow Us