ଶତକ ମୁହାଁ ତେଲ ଦର: ପେଟ୍ରୋଲ ୯୯.୪୧, ଡିଜେଲ ୯୭.୦୯ 

Advertisment
ଶତକ ମୁହାଁ ତେଲ ଦର: ପେଟ୍ରୋଲ ୯୯.୪୧, ଡିଜେଲ ୯୭.୦୯ 

ଜୟପୁର: ଜୟପୁରରେ ଶତକ ମୁହାଁ ପେଟ୍ରୋଲ ଓ ଡିଜେଲ ଦର। ଗତ ମାସକ ହେବ ତେଲ ଦର ଧିରେ ଧିରେ ବଢ଼ିବାରେ ଲାଗିଛି। ପ୍ରତି ଦୁଇ ଦିନ ଅନ୍ତରରେ ବଢ଼ୁଛି। ଆଜି ଜୟପୁରରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୪୧ ପଇସାରେ ବିକ୍ରି ହେଉଥିବା ବେଳେ ସ୍ପିଡ/ପାୱର ପେଟ୍ରୋଲର ଦାମ ୧୦୩ ଟଙ୍କା ୨୫ ପଇସା ରହିଛି । ସେହିପରି ଡିଜେଲ ଲିଟର ପିଛା ଦାମ ରହିଛି (ଏକ୍ସପି) ୯୭ ଟଙ୍କା ୦୯ ପଇସା ଓ ଏକ୍ସଏମ୍ ଲିଟର ପିଛା ୧୦୦.୦୬ ପଇସା । ତେବେ କରୋନା ସହ ଯୁଝୁଥିବା ମାଳ ଅଂଚଳବାସୀଙ୍କ ପାଇଁ ଏହି ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
ଆଉ ଏହାର ସିଧା ବୋଝ ଗ୍ରାହକଙ୍କ ଉପରେ ପଡିଛି। କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାକୁ ବିଶାଖାପାଟଣ ଡିପୋରୁ ତୈଳ ଯୋଗାଣ ହୋଇଥାଏ । ତେଲ ଡିପୋ ଠାରୁ ପେଟ୍ରୋଲ ପମ୍ପର ଦୂରତା ଯୋଗୁଁ ପ୍ରତି ସହରରେ ଭିନ୍ନ ଭିନ୍ନ ତୈଳ ଦର ସ୍ଥିର କରିଥାନ୍ତି କମ୍ପାନି। ଉଭୟ ତେଲ ଦର ବୃଦ୍ଧି ପରେ ମାଲ ପରିବହନ କରୁଥିବା ଟ୍ରକ ଗୁଡ଼ିକର ଭଡ଼ାରେ ବି ବୃଦ୍ଧି ପାଇବ ବୋଲି ବ୍ୟବସାୟୀ ମାନେ କହିଛନ୍ତି। ଏହାର ପ୍ରଭାବ ବଜାର ଦର ଉପରେ ପଢ଼ିବ। ପଶ୍ଚିମ ବଙ୍ଗ ନିର୍ବାଚନ ପର୍ଯ୍ୟନ୍ତ ତୈଲଦର ବୃଦ୍ଧି ପାଇ ନଥିବା ବେଳେ ନିର୍ବାଚନ ସରିବା ପରେ ତେଲଦର ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe