ମୋଦୀଙ୍କୁ ‘ଦୁର୍ଯ୍ୟୋଧନ’ଙ୍କ ସହ ତୁଳନା କଲେ ପ୍ରିୟଙ୍କା, ମୋଦୀ ତାଙ୍କ ପରି ଅହଂକାରୀ

Advertisment
ମୋଦୀଙ୍କୁ ‘ଦୁର୍ଯ୍ୟୋଧନ’ଙ୍କ ସହ ତୁଳନା କଲେ ପ୍ରିୟଙ୍କା, ମୋଦୀ ତାଙ୍କ ପରି ଅହଂକାରୀ

India Today

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହରିଆଣାର ଏକ ରାଲିରେ ନିଜର ଅଭିଭାଷଣ ରଖିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାଭାରତ ଯୁଗର ଦୁର୍ଯ୍ୟୋଧନଙ୍କ ସହ ତୁଳନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରିୟଙ୍କାଙ୍କ ବାପା ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ‘ଭ୍ରଷ୍ଟାଚାରୀ ନମ୍ବର-୧’ କହିବା ପ୍ରସଂଗରେ ନିଜ କ୍ଷୋଭ ପ୍ରକାଶ କରି ପ୍ରିୟଙ୍କା କହିଛନ୍ତି ମୋଦୀ ଦୁର୍ଯ୍ୟୋଧନଙ୍କ ପରି ଅହଂକାରୀ।

ରାଜୀବ ଗାନ୍ଧୀଙ୍କ ସଂପର୍କରେ ମୋଦୀଙ୍କର ଏପରି ମନ୍ତବ୍ୟକୁ ନେଇ ପ୍ରିୟଙ୍କା ଆହୁରି ବି କହିଛନ୍ତି ଯେ ବିଜେପି ସବୁବେଳେ ମୋ ପରିବାର ଓ ସହିଦ ହୋଇଥିବା ଯବାନମାନଙ୍କୁ ଅପମାନିତ କରିଆସିଛି। ମାତ୍ର ବିଜେପି କେବେ ବି ଦେଶର ବିକାଶ ବିଷୟରେ ଚିନ୍ତା କରି ନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ‘ଭ୍ରଷ୍ଟାଚାରୀ ନମ୍ବର-୧’ କହି ବିବାଦୀୟ ହୋଇଥିଲେ। ମୋଦୀଙ୍କ ଏପରି ବୟାନ ପାଇଁ ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ତାଙ୍କୁ ନିନ୍ଦା କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe