ଭାଇ ରାହୁଲଙ୍କ ନାଗରିକତ୍ୱ ବିବାଦକୁ ନେଇ ପ୍ରିୟଙ୍କା କହିଲେ ‘କ୍ୟାୟ ବକ୍‌ବାସ୍‌ ହୈ’

Advertisment
ପ୍ରିୟଙ୍କା ୟୁପିରେ ଫେଲ୍‌!

(Photo Credits: PTI)

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଗାନ୍ଧୀ ପରିବାରକୁ ପଠାଯାଇଥିବା ନୋଟିସ୍‌ ସଂପର୍କରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ‘କ୍ୟାୟ ବକ୍‌ବାସ୍‌ ହୈ(କି ଫାଲ୍‌ତୁ କଥା)’ ।

ଏକଥା କହିବା ପରେ ପ୍ରିୟଙ୍କା କହିଛନ୍ତି କି ‘ରାହୁଲ ଗାନ୍ଧୀ ଭାରତୀୟ ବୋଲି ସମସ୍ତେ ଜାଣନ୍ତି। ସେ ଏଠାରେ ଜନ୍ମ ହୋଇ ଏଠାରେ ହିଁ ବଡ଼ ହୋଇଛନ୍ତି। ତାଙ୍କୁ ଜନ୍ମରୁ ବଡ଼ ହେବା ପର୍ଯ୍ୟନ୍ତ ସମସ୍ତେ ଦେଖିଛନ୍ତି।’

ନିକଟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରାହୁଲଙ୍କୁ ଏକ ଚିଠି ଜରିଆରେ ପ୍ରଶ୍ନ ପଚରା ଯାଇଛି ଯେ କାହିଁକି ସେ ନିଜକୁ ବ୍ରିଟେନ ନାଗରିକ ବୋଲି ପରିଚୟ ଦେଇଛନ୍ତି। ସେ ଏହାକୁ ନେଇ ସ୍ପଷ୍ଟ କରନ୍ତୁ ବୋଲି ମନ୍ତ୍ରାଳୟ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe