(Photo Credits: IANS)
ନୂଆଦିଲ୍ଲୀ: ଏକ୍ଜିଟ୍ ପୋଲ୍ ଫଳାଫଳକୁ ଅସ୍ୱୀକାର କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ୨୦୧୯ରେ ପୁଣି ଥରେ ଏନ୍ଡିଏ ସରକାର ଗଠନ କରିବା କଥାକୁ ପ୍ରିୟଙ୍କା ଗ୍ରହଣ କରିନାହାନ୍ତି। ସୋମବାର ପ୍ରିୟଙ୍କା ଏକ ଅଡିଓ ମେସେଜ୍ ରିଲିଜ୍ କରି କଂଗ୍ରେସର କର୍ମୀମାନଙ୍କୁ ଏକ୍ଜିଟ୍ ପୋଲ୍କୁ ନେଇ ନିରୁତ୍ସାହିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।
ପ୍ରିୟଙ୍କା ଦଳୀୟ କର୍ମୀଙ୍କୁ ସୂଚନା ଦେଇ କହିଛନ୍ତି ଯେ ‘ ପ୍ରିୟର କଂଗ୍ରେସ କର୍ମୀ, ଭାଇ ଓ ଭଉଣୀମାନେ। ଏକଜିଟ୍ ପୋଲ୍କୁ ବିଶ୍ୱାସ କରନାହିଁ। ଏହା କେବଳ ଆମମାନଙ୍କୁ ନିରୁତ୍ସାହିତ କରିବା ପାଇଁ କରାଯାଇଛି। ଆମେ ଏକ୍ଜିଟ୍ ପୋଲ୍କୁ ବିଶ୍ୱାସ ନକରି ଷ୍ଟ୍ରଙ୍ଗ୍ ରୁମ୍ ଫଳାଫଳ ଉପରେ ଗୁରୁତ୍ୱ ଦେଇ ସଜାଗ ରହିବା ଉଚିତ। ଶେଷ ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆମେ ହାର ମାନିବା ଅନୁଚିତ। ଆଶା ରଖୁଛି ଆମର ମିଳିତ ପରିଶ୍ରମ ଫଳ ଆଣିବ।’
ଉଲ୍ଲେଖଯୋଗ୍ୟ, ବିଭିନ୍ନ ସଂସ୍ଥା ପକ୍ଷରୁ ରବିବାର କରାଯାଇଥିବା ଏକ୍ଜିଟ୍ ପୋଲ୍ରେ ଏଥର ବି ଏନ୍ଡିଏ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ବାସ୍ତବ ଫଳାଫଳ ମେ ୨୩ରେ ପ୍ରକାଶ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/05/Congress-General-Priyanka-Gandhi-784x441.jpg)