ମୋଦୀଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ଉଚିତ: ପ୍ରିୟଙ୍କା ଗାନ୍ଧୀ

Advertisment
ମୋଦୀଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ଉଚିତ: ପ୍ରିୟଙ୍କା ଗାନ୍ଧୀ

News Nation

ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜଣେ ଭଲ ଅଭିନେତା ବୋଲି କହି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଲୋକମାନେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କୁ ବାଛିବା ଉଚିତ।

ଉତ୍ତରପ୍ରଦେଶର ମିର୍ଜାପୁରଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ପ୍ରିୟଙ୍କା ଏପରି କହିଛନ୍ତି। ପ୍ରିୟଙ୍କା ରାଲିକୁ ସମ୍ବୋଧନ କରି କହିଛନ୍ତି, ‘ଏବେ ଆପଣ ବୁଝିଯାଆନ୍ତୁ ଯେ ଆପଣ ଦୁନିଆର ସବୁଠାରୁ ବଡ଼ ଅଭିନେତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ବାଛି ଦେଇଛନ୍ତି। ୟାଠାରୁ ଭଲ ହୋଇଥାନ୍ତା ଯଦି ଆପଣ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଥାନ୍ତେ। ଏହି ଦୁଇ ଜଣଙ୍କ ଭିତରୁ କେହି ହେଲେ ଆପଣଙ୍କ ପାଇଁ କିଛି କରିନଥାନ୍ତେ।’

ଶେଷ ପର୍ଯ୍ୟାୟ ନିର୍ବର୍ର୍ର୍ାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ପୂର୍ବରୁ ଦଳୀୟ ପ୍ରାର୍ଥୀ ଲଲିତେଶ ତ୍ରିପାଠୀଙ୍କ ପାଇଁ ପୂର୍ବ ଉତ୍ତରପ୍ରଦେଶରେ ଏକ ରୋଡ ସୋ’ କରିଥିଲେ। ନିର୍ବାଚନୀ ପ୍ରଚାର ସମୟରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହା ପୂର୍ବରୁ ମଧ୍ୟ ଅନେକ ଥର ଟାର୍ଗେଟ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe