Hindustan Times
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଆମେଥିଠାରେ ନିର୍ବାଚନୀ ପ୍ରଚାର କରିବା ସମୟରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ପ୍ରବଳ ମାତ୍ରାରେ ବର୍ଷିଛନ୍ତି। ଆମେଥି ସଂସଦୀୟ କ୍ଷେତ୍ରରେ ଏକ ରାଲିରେ ଲୋକମାନଙ୍କୁ ସମ୍ବୋଧନ କଲା ବେଳେ ପ୍ରିୟଙ୍କା କହିଛନ୍ତି ଯେ ଉତ୍ତରପ୍ରଦେଶରେ ଲୋକମାନେ କେଉଁଭଳି ଭାବେ ସମସ୍ୟା ସବୁ ସାମ୍ନା କରୁଛନ୍ତି ସେ ତାହାର ପ୍ରତ୍ୟେକ୍ଷଦର୍ଶୀ। ବିଜେପି ଆମେଥିର ଲୋକଙ୍କୁ ବିକାଶ ନାମରେ ଠକିଛି ବୋଲି ପ୍ରିୟଙ୍କା ଅଭିଯୋଗ ଆଣି ସ୍ମୃତିଙ୍କ ଉପରେ କମ୍ପିଛନ୍ତି।
ସେ ଭାଇ ରାହୁଲଙ୍କ ସପକ୍ଷ ନେଇ କହିଛନ୍ତି ଯେ ‘ନିର୍ବାଚନ କାରଣରୁ ଅନେକ ବାହାର ଲୋକ କହୁଛନ୍ତି ଯେ ରାହୁଲ ଗାନ୍ଧୀ ଆମେଥି ଆସନ୍ତି ନାହିଁ। ମାତ୍ର ସତ କଥା ଆପଣମାନେ ନିଜେ ଜାଣନ୍ତି। ସ୍ମୃତି ଇରାନୀ ଜୀ ଯେଉଁ ଏଠାକୁ ଅସୁଛନ୍ତି ତାହା ଆପଣମାନଙ୍କ ପାଇଁ ନୁହେଁ, ସେ ଆସନ୍ତି କେବଳ ରାହୁଲଙ୍କୁ ଅପମାନିତ କରିବା ପାଇଁ।’
କେବଳ ସ୍ମୃତି ଇରାନୀଙ୍କୁ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବି ବର୍ଷିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ‘ନିକଟରେ ମୁଁ ବାରଣାସୀ ଯାଇଥିଲି। ଲୋକଙ୍କୁ ପଚାରିଲି କି ପ୍ରଧାନମନ୍ତ୍ରୀ କେତେ ଥର ଏଠାକୁ ଆସିଛନ୍ତି। ସେମାନେ ମୋତେ ଉତ୍ତର ଦେଲେ କି ଗତ ୫ ବର୍ଷ ଭିତରେ ମୋଦୀ ଥରେ ବି ବାରଣାସୀର କୌଣସି ଗାଁକୁ ଯାଇନାହାନ୍ତି।’
Follow Us