କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ଶଯ୍ୟା ସଂଖ୍ୟା ବୃଦ୍ଧି ଦାବି

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନେଇ ଗୁରୁତର ଅସନ୍ତୋଷ ପ୍ରକାଶ ପାଇଛି। ଏଣେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ନଥିବାରୁ ଲୋକଙ୍କ ଚିକିତ୍ସା ସମୟରେ ଅନେକ ଅସୁବିଧା ସୃଷ୍ଟି ହେଉଛି।

Untitled

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନେଇ ଗୁରୁତର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ସକାଳରେ ବେଡ୍ ସଂଖ୍ୟା ପର୍ଯ୍ୟାପ୍ତ ନଥିବାରୁ ଅନେକ ରୋଗୀଙ୍କୁ ତଳେ ଶୁଆଇ ସାଲାଇନ ଲଗାଇବାକୁ ପଡିଥିଲା। କେହି କେହିକୁ ଚଟେଇ କିମ୍ବା ଗାମଛା ବିଛାଇ ତା’ପରେ ଶୋଇଥିବା ଚିତ୍ର ସ୍ଥାନୀୟ ଲୋକମାନଙ୍କୁ ବ୍ୟଥିତ କରିଛି।

ଗରିବ ଓ ଦୂରଦୂରାନ୍ତରୁ ଆସୁଥିବା ଆଦିବାସୀ ରୋଗୀମାନଙ୍କ ପାଇଁ ଏହି ପରିସ୍ଥିତି ଅଧିକ କଷ୍ଟକର। ଏପଟେ ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟ ସ୍ଲୋଗାନ ଦେଇଥିବା ବେଳେ ଅନ୍ୟପଟେ ପ୍ରାଥମିକ ସୁବିଧା ଅଭାବରୁ ରୋଗୀଙ୍କୁ ମାଟିରେ ଚିକିତ୍ସା ନେବାକୁ ବାଧ୍ୟ ହେବା ସ୍ବାସ୍ଥ୍ୟ ବ୍ୟବସ୍ଥାପନାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକମାନେ ବେଡ୍ ସଂଖ୍ୟା ବୃଦ୍ଧି ସହିତ ଯଥୋଚିତ ଚିକିତ୍ସା ସୁବିଧା ଯୋଗାଇବାକୁ ଦାବି କରିଛନ୍ତି। ଏଣେ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ନଥିବାରୁ ଲୋକଙ୍କ ଚିକିତ୍ସା ସମୟରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ସ୍ଥାନରେ ଏପରି ଅବ୍ୟବସ୍ଥା ଚିନ୍ତାଜନକ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe