କୁଜଙ୍ଗ: ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ବିବାଦକୁ ନେଇ ଦୀର୍ଘ ସମୟ ପଡ଼ିରହିଲା ମା'ର ମୃତଦେହ | ମା'ର ମୃତ୍ୟୁ ପରେ କିଏ ପାଇବ ସମ୍ପତ୍ତି ଭାଗ, କାହା ନାମରେ ହେବ ପୈତୃକ ଘର ତାହାକୁ ନେଇ ବିବାଦ ଏମିତି ଉଗ୍ରରୂପ ଧରିଥିଲା ଯେ ମୃତଦେହ ସତ୍କାର ନହୋଇ ପଡ଼ି ରହିବା ଘଟଣା ଆଲୋଚନାର ବିଷୟ ପାଲଟିଛି। ସୂଚନା ମୁତାବକ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗ୍ରାମର ସ୍ବର୍ଗତ କରୁଣାକର ତରାଇଙ୍କର ଚାରି ଝିଅ ସମେତ ଗୋଟିଏ ପୁଅ ଅଛି । ଚାରି ଝିଅ ଓ ପୁଅ ବିଭୂତି ତରାଇ ସମସ୍ତେ ବିବାହ କରିସାରିଛନ୍ତି।

Advertisment

ହେଲେ କରୁଣାକରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସମସ୍ତ ସମ୍ପତ୍ତି ଓ ଘରକୁ ଜଣେ ଝିଅଙ୍କ ନାମରେ କରିଦେଇଥିଲେ | ଯାହାକୁ ପୁଅଙ୍କ ସମେତ ଅନ୍ୟ ତିନି ଝିଅ ବିରୋଧ କରୁଥିଲେ | ଏହା ପରେ  ସଂପୃକ୍ତ ଝିଅ ମା ମାଳତୀକୁ ନିଜ ଶାଶୂଘର ମଙ୍ଗରାଜପୂରରେ ନେଇ ପାଖରେ ରଖିଥିଲା । କିନ୍ତୁ ପୁଅ ବିଭୂତି ଓ ତାଙ୍କ ପତ୍ନୀ ସେହି ପୈତୃକ ଡିହରେ ଏକ ଚାଳ ଘର କରି ରହୁଥିଲେ ।

ଆହୁରି ପଢନ୍ତୁ: Bhubaneswar Couple Unable to Attend Reception: ଅଟକାଇଦେଲା ବିମାନ: ଅନଲାଇନରେ ରିସେପ୍ସନ ଭୋଜି ଦେଲେ ଭୁବନେଶ୍ୱର ବର

ବିଶ୍ୱାଳି ସ୍ଥିତ ପୈତୃକ ଘର ଡିହରେ ଝିଅ ତିନି ମହଲା କୋଠା ନିର୍ମାଣ କରିଥିଲେ। ଗୁରୁବାର ଦିନ ମଙ୍ଗରାଜପୁର ସ୍ଥିତ ଝିଅ ଘରେ ମାଳତୀଙ୍କର ଦେହାନ୍ତ ହୋଇଥିଲା । ଝିଅ ଯେତେବେଳେ ମା ର ମୃତଦେହ ସତ୍କାର ନିମନ୍ତେ ବିଶ୍ୱାଳି ସ୍ଥିତ ପୈତୃକ ଘରକୁ ନେଇ ପହଞ୍ଚିବା ପରେ ଯୁବ ନେତା ଜ୍ଞାନେନ୍ଦ୍ର ସାମଲଙ୍କ ନେତୃତ୍ୱରେ ଗ୍ରାମବାସୀ ଏକାଠି ହୋଇ ପ୍ରଥମେ ବିଭୂତିଙ୍କ ନାମରେ ଘର କରି ଦେବା ପରେ ଯାଇ ମୃତଦେହ ସତ୍କାର କରାଯିବ କହିଥିଲେ । ଯାହାଫଳରେ ଝିଅ ଅଡ଼ୁଆରେ ପଡ଼ିଯାଇଥିଲା ।

ଆହୁରି ପଢନ୍ତୁ: Animal Exchange: ସୁରଟରୁ ନନ୍ଦନକାନନକୁ ଆସିଲେ ଏସବୁ ପ୍ରାଣୀ

ମୃତଦେହ ପଡ଼ି ରହିବା ଖବର ପାଇ ପାରାଦୀପ ଲକ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୂଝା କରିଥିଲେ ବି ଗ୍ରାମବାସୀ ନଛୋଡ ବନ୍ଧା ହୋଇ ମୃତଦେହ ସତ୍କାର କରାଇ ଦେଇନଥିଲେ । ଯେହେତୁ ବିଭୂତିଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି ତେଣୁ ଉଭୟ ପତି ପତ୍ନୀ ମୃତ୍ୟୁ ପର୍ଯ୍ୟନ୍ତ କୋଠା ଘରେ ରହିବେ ଓ ସେମାନଙ୍କ ମୃତ୍ୟୁ ପରେ ଝିଅ ଦଖଲକୁ ନେବ ବୋଲି ଲେଖାପଢା ହେଲେ ଯାଇ ସତ୍କାର କରାଯିବ ବୋଲି ଗ୍ରାମବାସୀ ଦାବି କରିଥିଲେ । ତେବେ ଭଦ୍ରଲୋକଙ୍କ ମଧ୍ୟସ୍ଥତାରେ ବିବାଦ ସମାଧାନ ପରେ ବିଳମ୍ବିତ ରାତିରେ ପୁରୀ ସ୍ବର୍ଗଦ୍ବାରଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ।