ankita bhandari Photograph: (Photo: social media)
ଡେରାଡୁନ: ଉତ୍ତରାଖଣ୍ଡରେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସାମାଜିକ ତଥା ରାଜନୈତିକ ସଙ୍ଗଠନ ପକ୍ଷରୁ ରବିବାର ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି। ଅଙ୍କିତାଙ୍କୁ ନ୍ୟାୟ ଦେବାକୁ ସମସ୍ତ ରାଜନୈତିକ ସଙ୍ଗଠନ ଏକତ୍ରିତ ହୋଇ ଶାସକ ବିଜେପି ବିରୋଧରେ ଜୋରଦାର ପ୍ରଦର୍ଶନ କରିଥିଲେ।
ରାଜ୍ୟ ସରକାର ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ରବିବାର ରାଜ୍ୟରେ ବନ୍ଦକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଡେରାଡୁନରେ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦକୁ ବିରୋଧ କରି ଦୋକାନ ବଜାର ଖୋଲା ରଖିଥିଲେ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ମାମଲାରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ବନ୍ଦର କୌଣସି ଆବଶ୍ୟକତା ନାହିଁ ବୋଲି ବ୍ୟବସାୟିକ ସଙ୍ଗଠନଗୁଡ଼ିକ କହିଛନ୍ତି।
ଆହୁରି ପଢନ୍ତୁ: Masood Azhar: ଜୈସ୍ ପାଖରେ ଅଛନ୍ତି ହଜାରେ ଆତ୍ମଘାତୀ ଆକ୍ରମଣକାରୀ: ଅଡିଓ ବାର୍ତ୍ତାରେ ମାସୁଦ ଆଝାରର ଧମକ
ପରିବହନ ସେବା, ଘରୋଇ କାର୍ଯ୍ୟାଳୟ ତଥା ଜରୁରୀକାଳୀନ ସେବା ସାଧାରଣ ଭାବେ ଚାଲିଥିଲା। ବିକ୍ଷୋଭକାରୀ କେତେକ ସ୍ଥାନରେ ପ୍ରତିବାଦ ଜଣାଇଥିବାବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଥିଲା। ଅଙ୍କିତା ନ୍ୟାୟ ଯାତ୍ରା ସଂଯୁକ୍ତ ସଂଘର୍ଷ ମଞ୍ଚ ଅଙ୍କିତା ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ସିବିଆଇ ତଦନ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ବିଭିନ୍ନ ସଙ୍ଗଠନଗୁଡ଼ିକ କହିଛନ୍ତି।
Follow Us