Protest about Bribe: ମହଙ୍ଗା ପଡିଲା କାମ ପାଇଁ ଲାଞ୍ଚ ମାଗିବା: ଲାଠିକଟା ତହସିଲରେ ଅଫିସରେ ତାଲା ମାରିଲେ ସ୍ଥାନୀୟ ବାସିନ୍ଦା

Advertisment

ହାତରେ କୁକୁଡ଼ା! ଗେଟରେ ତାଲା ! ଆନ୍ଦୋଳନରେ ବସିଛନ୍ତି ଶହ ଶହ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦା l ଏହା ହେଉଛି ରାଉରକେଲା ଲାଠିକଟା ବ୍ଲକ୍ ତହସିଲ୍ କାର୍ଯ୍ୟାଳୟ ଦୃଶ୍ୟ |

ହାତରେ କୁକୁଡ଼ା! ଗେଟରେ ତାଲା ! ଆନ୍ଦୋଳନରେ ବସିଛନ୍ତି ଶହ ଶହ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦା l ଏହା ହେଉଛି ରାଉରକେଲା ଲାଠିକଟା ବ୍ଲକ୍ ତହସିଲ୍ କାର୍ଯ୍ୟାଳୟ ଦୃଶ୍ୟ |

aawwww

ରାଉରକେଲା: ହାତରେ କୁକୁଡ଼ା! ଗେଟରେ ତାଲା ! ଆନ୍ଦୋଳନରେ ବସିଛନ୍ତି ଶହ ଶହ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦା l ଏହା ହେଉଛି ରାଉରକେଲା ଲାଠିକଟା ବ୍ଲକ୍ ତହସିଲ୍ କାର୍ଯ୍ୟାଳୟ ଦୃଶ୍ୟ | ବିଭିନ୍ନ କାମରେ ଆସୁଥିବା ଗରିବ ଓ ଆଦିବାସୀଙ୍କୁ ତହସିଲ ଅଧିକାରୀ କାମ ପାଇଁ ଦୁର୍ବ୍ୟବହାର ଓ ଲାଞ୍ଚ ମାଗୁଥିବା ଅଭିଯୋଗ ନେଇ ତହସିଲ୍ ଗେଟରେ ତାଲା ଦେବା ସହ କୁକୁଡା ଧରି ନିଆରା ଆନ୍ଦୋଳନ କରିଛନ୍ତି l ଜମି କାମ, ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସେବା ନାଁରେ ହିତାଧିକାରୀଙ୍କୁ ନାନା ହଇରାଣ ହରକତ ଅଭିଯୋଗ ନେଇ ଆନ୍ଦୋଳନ ଜାରି ରହିଛି l

 ଏପରିକି ବାରମ୍ବାର ତହସିଲ୍ ଅଫିସକୁ ଦୌଡିଲେ ବି ବିନା ଲାଞ୍ଚରେ ଫାଇଲ୍ କାମ ଆଗକୁ ବଢୁନଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି l
ଘଟଣା ଉପରେ ନଜର ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ଏପଟେ ତହସିଲ ଅଫିସ ଗେଟ ରେ ଦୀର୍ଘ ସମୟ ଧରି ତାଲା ପଡ଼ିଥିବାରୁ ଅନେକ ହିତାଧିକାରୀ ହଇରାଣ ହରକତ ହେବାକୁ ପଡିଛି l

ଘଟଣା ସମ୍ପର୍କରେ ଖବର ପାଇଁ ରଘୁନାଥପାଲ୍ଲୀ ବିଧାୟକ ପହଂଚି ଆନ୍ଦୋଳନକାରୀଙ୍କ ସହ ଆନ୍ଦୋଳନର ବସିଥିଲେ l ଏପଟେ ପାନପୋଷ ଉପଜିଲ୍ଲା ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝସୁଝା କରିବା ସହ ତହସିଲ କର୍ମଚାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe