ନୀଳଗିରିରେ ଚାଲିଛି ମାଫିଆରାଜ, ୧୦ରେ ବିଜେଡି ପକ୍ଷରୁ ବିକ୍ଷୋଭ

ନୀଳଗିରିରେ ଚାଲିଛି ମାଫିଆରାଜ। ଆଗାମୀ ୧୦ ତାରିଖରେ ବିଜେଡି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି।

njk

ନୀଳଗିରି: ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ନୀଳଗିରିରେ ବେଧଡକ ଲଘୁ ଖଣିଜ ଲୁଟ ଓ ପ୍ରଶାସନର ଉଦାରତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ନୀଳଗିରି ତହସିଲ ଅଧିନରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଲଘୁଖଣିଜ ମାଫିଆ ଓ ପ୍ରଶାସନ ମିଳିତ ସହଯୋଗରେ ଲୁଟ୍ ହେଉଥିବା ଅଭିଯୋଗ ହେଉଛି। ବିଶେଷ ଭାବରେ ନୀଳଗିରିର ଡେଙ୍ଗାସାହି, ଗରଡିହି, ମାଟିଆଳି, ଭଉଁରୀଆବାଡ଼, ଗୋଡ଼ିଶୂଳ, ନରଣପୁରରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ  ବାଘମରା, ବେଗୁନିଆ, ସିଙ୍ଗିରି, ପୁନ୍ଦାଳ, ପ୍ରତାପପୁର, ବାଲିପାଳ, ଅଞ୍ଚଳରେ ପଥର ଓ ବାଲି  ଲୁଟ୍ ହେଉଛି।

ନୀଳଗିରିରେ ଜଙ୍ଗଲ ରାଜ ଚାଲିଥିବାବେଳେ ସ୍ଥାନୀୟ ପ୍ରଶାସନ ରୋକିବାରେ ବିଫଳ ହୋଇଛି। ସେହିପରି ଇକୋସେନ୍ସିଟିଭ ଜୋନରେ ଛତୁଫୁଟିଲା ପରି ଇଟାଭାଟି ଗଢିଉଠିଛି ଯାହାକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିଲେ ମଧ୍ୟ ଇଟାଭାଟିଗୁଡ଼ିକ ଚାଲୁରହିଛି। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ।

ଏହାର ପ୍ରତିବାଦରେ ଆଗାମୀ ୧୦ ତାରିଖରେ ବିଜେଡି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ରାଜୀବ ଦାସ,ଉପେନ୍ଦ୍ର ଦାସ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe