Protest in Bhadrak: ଧାନ ବିକିଛୁ, ଟଙ୍କା ମିଳୁନି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ

Advertisment

ଭଦ୍ରକ ଜିଲ୍ଲାରେ ବିଳମ୍ବରେ ଧାନ ମଣ୍ଡି ଖୋଲିବା ସହ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ସହ ମଣ୍ଡିରେ ନାହିଁ ନ ଥିବା ଅସୁବିଧା ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ ବସ୍ତା ଢାଳି ଧାରଣା ଦିଆଯାଇଛି

ଭଦ୍ରକ ଜିଲ୍ଲାରେ ବିଳମ୍ବରେ ଧାନ ମଣ୍ଡି ଖୋଲିବା ସହ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ସହ ମଣ୍ଡିରେ ନାହିଁ ନ ଥିବା ଅସୁବିଧା ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ ବସ୍ତା ଢାଳି ଧାରଣା ଦିଆଯାଇଛି

c520673c-77c6-4086-807e-cffea197230c

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଳମ୍ବରେ ଧାନ ମଣ୍ଡି ଖୋଲିବା ସହ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ସହ ମଣ୍ଡିରେ ନାହିଁ ନ ଥିବା ଅସୁବିଧା ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ ବସ୍ତା ଢାଳି ଧାରଣା ଦିଆଯାଇଛି | ଏନେଇ ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ ଦୀର୍ଘ ୮ ଦିନ ହେବ ମଣ୍ଡିରେ ଧାନ ପଡି ରହିଛି, ନା ମିଲର ଟ୍ରକ ପଠାଉଛି, ନା ଚାଷୀମାନେ ଧାନ ଠିକ ଭାବରେ ବିକ୍ରୟ କରି ପାରୁଛି |

ଚାଷୀମାନେ ଧାନ ଦେଇଥିଲେ ମଧ୍ୟ ୮ ଦିନ ହେବ ଟଙ୍କା ପାଇ ପାରିନାହାନ୍ତି | ସେପଟେ ଗତକାଲି ମିଲରମାନେ ମଣ୍ଡିରୁ ଧାନ ଆଉ ଉଠାଇବେ ନାହିଁ ବୋଲି କହିଥିଲେ, କିନ୍ତୁ ଚାଷୀମାନେ ଟୋକାନ ଲାପ୍ସ ହେବାକୁ ବସିଥିଲେ ମଧ୍ୟ ଧାନ ବିକ୍ରୟ କରି ପାରୁନାହାନ୍ତି | କାରଣ ମଣ୍ଡିରୁ ଧାନ ଉଠି ପାରୁନାହିଁ | ଏହି ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିଛି ସମସ୍ୟାର ସମାଧାନ କରିପାରିନାହିଁ | ଯାହା ଫଳରେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଚାଷୀ ଧାରଣାରେ ବସିଛି |

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଯେପର୍ଯ୍ୟନ୍ତ ଧାନର କଟଣି, ଛଟଣୀ, ମଣ୍ଡିରେ ଧାନ ଉଠାଣ, ସମସ୍ତ ଚାଷୀର ଧାନ ବିକ୍ରୟ ସମସ୍ୟା ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି  ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଚେତାବନୀ ଦେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe