ମୃତ ଆର୍‌ଏସ୍‌ପି କର୍ମଚାରୀଙ୍କ ୩୬ ଲକ୍ଷ ହଡପ୍: ପେଟ୍ରୋଲପମ୍ପ ମାଲିକ ଥାନାରେ ଅଟକ

Advertisment

ମୃତ ଆର୍‌ଏସ୍‌ପି କର୍ମଚାରୀଙ୍କ ୩୬ ଲକ୍ଷ ହଡପ୍ କରିବା ରଙ୍ଗିଲାଛକ ପେଟ୍ରୋଲପମ୍ପ ମାଲିକଙ୍କୁ ମହଙ୍ଗା ପଡ଼ିଛି। ରଘୁନାଥପାଲି ପୁଲିସ ପେଟ୍ରୋଲପମ୍ପ ମାଲିକ ଜଲଦା ‘ଏ’ ବ୍ଲକର ଦୁର୍ଯ୍ୟୋଧନ ପଶାୟତକୁ ଥାନାରେ ଅଟକ ରଖିଛି।

ମୃତ ଆର୍‌ଏସ୍‌ପି କର୍ମଚାରୀଙ୍କ ୩୬ ଲକ୍ଷ ହଡପ୍ କରିବା ରଙ୍ଗିଲାଛକ ପେଟ୍ରୋଲପମ୍ପ ମାଲିକଙ୍କୁ ମହଙ୍ଗା ପଡ଼ିଛି। ରଘୁନାଥପାଲି ପୁଲିସ ପେଟ୍ରୋଲପମ୍ପ ମାଲିକ ଜଲଦା ‘ଏ’ ବ୍ଲକର ଦୁର୍ଯ୍ୟୋଧନ ପଶାୟତକୁ ଥାନାରେ ଅଟକ ରଖିଛି।

bh

ରାଉରକେଲା: ମୃତ ଆର୍‌ଏସ୍‌ପି କର୍ମଚାରୀଙ୍କ ୩୬ ଲକ୍ଷ ହଡପ୍ କରିବା ରଙ୍ଗିଲାଛକ ପେଟ୍ରୋଲପମ୍ପ ମାଲିକଙ୍କୁ ମହଙ୍ଗା ପଡ଼ିଛି। ମୃତ ଆର୍‌ଏସ୍‌ପି କର୍ମଚାରୀ ମଙ୍ଗଳ ମାଝୀଙ୍କ ପତ୍ନୀ ତୁଳା ମାଝୀଙ୍କ ଲିଖିତ ଅଭିଯୋଗ ଆଧାରରେ ରଘୁନାଥପାଲି ପୁଲିସ ଆଜି (ସୋମବାର) ରାତିରେ ପେଟ୍ରୋଲପମ୍ପ ମାଲିକ ଜଲଦା ‘ଏ’ ବ୍ଲକର ଦୁର୍ଯ୍ୟୋଧନ ପଶାୟତକୁ ଥାନାରେ ଅଟକ ରଖିଛି। ତୁଳା ମାଝୀଙ୍କ ସରଳତାର ସୁଯୋଗ ନେଇ ତାଙ୍କ ସ୍ବାମୀଙ୍କ ସମସ୍ତ ମୃତ୍ୟୁକାଳୀନ ଟଙ୍କା, ଏଲ୍‌ଆଇସି ଜମା ଅର୍ଥ, ପିଏଫ୍‌  ଓ ଗ୍ରାଚ୍ୟୁଇଟି ବାବଦରେ ମୋଟ ୩୬ ଲକ୍ଷ ଟଙ୍କା ଠକି ନେଇଛି। ମଙ୍ଗଳ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ତୁଳାଙ୍କୁ ମାସିକ  ୩୪ ହଜାର ୭୧୩ ଟଙ୍କା ଦରମା ମିଳୁଥିଲା। ଦୁର୍ଯ୍ୟୋଧନ ପ୍ରତିମାସ ମିଳୁଥିବା ଦରମାରୁ ମାତ୍ର ୫ ହଜାର ଟଙ୍କା ଦେଇ ସବୁତକ ନିଜେ ଆତ୍ମସାତ୍‌ କରିଦେଉଥି‌ଲା।

ତୁଳା ମାଝୀ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସ୍ବାମୀ ମଙ୍ଗଳ ମାଝୀ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଟେକ୍ନିସିଆନ୍‌ ଭାବେ କାମ କରୁଥିଲେ। ତାଙ୍କ ବିଭାଗରେ ଦୁର୍ଯ୍ୟୋଧନ ପଶାୟତ ମଧ୍ୟ କାମ କରୁଥିଲା। ଗତ ୨୦୧୪ରେ ମଙ୍ଗଳଙ୍କ ଦେହ ଅସୁସ୍ଥ ହେବାରୁ ତୁଳା ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ  ଭର୍ତ୍ତି କରିଥିଲେ। ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାମୀ ମଙ୍ଗଳର ଆର୍‌ଏସ୍‌ପିର ସମସ୍ତ କାଗଜପତ୍ର ଦୁର୍ଯ୍ୟୋଧନକୁ ଦେଇଥିଲେ। କିଛି ଦିନପରେ ଅର୍ଥାତ୍‌  ୨୦୧୪ ସେପ୍ଟେମ୍ବର ୧୪ରେ ମଙ୍ଗଳଙ୍କ ମୃତ୍ୟୁ ହୋଇଯାଇଥିଲା। ମଙ୍ଗଳଙ୍କ ମୃତ୍ୟୁ ପରେ ଦୁର୍ଯ୍ୟୋଧନ ହାତେଇଥିବା ସମସ୍ତ କାଗଜପତ୍ରକୁ ଆର୍‌ଏସ୍‌ପି, ଏଲ୍‌ଆଇସି, ପିଏଫ୍‌ ଆଦି କାର୍ଯ୍ୟାଳୟରେ ଦାଖଲ କରି ସମସ୍ତ ଅର୍ଥକୁ ହଡପ କରି ନେଇଥିଲା। ଏ ସଂକ୍ରାନ୍ତରେ ତୁଳା ମାଝୀ କିଛି ଜାଣିପାରି ନଥିଲେ। ପରବର୍ତ୍ତୀ ସମୟରେ ତୁଳା ଏ ସଂକ୍ରାନ୍ତରେ ଦୁର୍ଯ୍ୟୋଧନଙ୍କୁ ପଚାରିଥିଲେ ହେଁ ସେ କୌଣସି ଉତ୍ତର ଦେଇନଥିଲେ।  ଆଜି କାଲି କହି ତୁଳାଙ୍କୁ ବର୍ଷ ବର୍ଷ ଧରି ସମୟ ଗଡ଼ାଇ ଚାଲିଥିଲା। ଗତ ୨ ତାରିଖରେ ତୁଳା କୌଣସି ଉପାୟ ନ ପାଇ ରଘୁନାଥପାଲିରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe