(Photo Credits: ANI)
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହ ରବିବାର କଂଗ୍ରେସର ବରିଷ୍ଠ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ଉପରେ ପ୍ରବଳ ମାତ୍ରାରେ ବର୍ଷିଛନ୍ତି। ନିଜର ମତ ସାବ୍ୟସ୍ତ କରିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସିଂହ କହିଛନ୍ତି କି ନବଜୋତ୍ ସିଂହ ସିଦ୍ଧୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି।
କ୍ୟାପଟେନ୍ ଅମ୍ରିନ୍ଦର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ‘ମୋ ବିରୋଧରେ ଅସଙ୍ଗତ ମନ୍ତବ୍ୟ ଦେଇ ସିଦ୍ଧୁ କଂଗ୍ରେସ ଦଳକୁ ବଦନାମ କରୁଛନ୍ତି। ତାଙ୍କ ସହିତ ମୋର କୌଣସି ପ୍ରକାରର ଶବ୍ଦ ଯୁଦ୍ଧ ହେଉ ନାହିଁ। ସେ ଯଦି ଅଭିଳାଷ ରଖିଛନ୍ତି ତେବେ ତାହା ଖୁବ୍ ଭଲ କଥା। ସମସ୍ତେ ଅଭିଳାଷୀ। ମୁଁ ତାଙ୍କୁ ପିଲା ଦିନରୁ ଜାଣିଛି। ତେଣୁ, ମୋର ତାଙ୍କୁ ନେଇ କୌଣସି ଭିନ୍ନ ମତ ନାହିଁ। ମାତ୍ର ସେ ଏକ ଭ୍ରାନ୍ତ ଧାରଣାରେ ଅଛନ୍ତି ଯେ ସେ ମୋତେ ହଟାଇ ଦେବା ପରେ ନିଜେ ମୁଖ୍ୟମନ୍ତ୍ରୀ ହେବେ।’
Follow Us