ଏବେ ଚର୍ଚ୍ଚାରେ ରହିଛି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ। ଏଠାରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ଦଳର ମୁଖପାତ୍ରମାନଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରୁ ବିଜୁ ଜନତା ଦଳ ଲଗାତାର ୫ ଥର ବିଜୟୀ ହୋଇଛି। ତେବେ ଏଥର ପୁରୀ ଲୋକସଭା ଆସନରେ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
ବିଜୁ ଜନତା ଦଳ ସାଂସଦ ତଥା ମୁଖପାତ୍ର ପିନାକୀ ମିଶ୍ର ପୁରୀରୁ ତିନିଥର ଜିତିଛନ୍ତି ଓ ଏଥର ପୁଣି ଲଢୁଛନ୍ତି। ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ କଂଗ୍ରେସର ରାଜ୍ୟ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ। ସମ୍ବିତ ପାତ୍ର ଓ ସତ୍ୟ ପ୍ରକାଶ ନାୟକ ଏଥର ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ ମଧ୍ୟ ଗାଁ ଗାଁ ବୁଲି ଭୋଟରଙ୍କ ହୃଦୟ ଜୟ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।
/sambad/media/post_attachments/wp-content/uploads/2019/04/Puri-Election_Inner-Page_1.jpg)
/sambad/media/post_attachments/wp-content/uploads/2019/04/Puri-Election_Inner-Page_2.jpg)
/sambad/media/post_attachments/wp-content/uploads/2019/04/Puri-Election_Inner-Page_3.jpg)
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଗଡ଼ ଭାବେ ବିବେଚିତ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି ପୁରୀ,ସତ୍ୟବାଦୀ,ବ୍ରହ୍ମଗିରି,ପିପିଲି,ଚିଲିକା,ରଣପୁର ଓ ନୟାଗଡ଼ ଆଦି ୭ଟି ବିଧାନସଭା ଆସନ। ସେ ମଧ୍ୟରୁ ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ୫ଟି ଆସନ (ପୁରୀ,ବ୍ରହ୍ମଗିରି,ପିପିଲି,ରଣପୁର ଓ ନୟାଗଡ) ଜିତିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଶ୍ରୀ ସାମନ୍ତରାୟ ଏଥର ବିଜୁ ଜନତା ଦଳ ଟିକେଟରେ ଲଢୁଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଭୂତପୂର୍ବ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ। ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କୁ ବଦଳାଇ ଏଥର ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରାଯାଇଛି।
ଏଥର ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇ ଥର ବିଧାୟକ ହୋଇଥିବା ଲଢୁଆ ଯୁବ ନେତା ସଂଜୟ ଦାସ ବର୍ମା ପୁଣି ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେଇଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଲଳିତେନ୍ଦୁ ବିଶିଷ୍ଟ ଯୁବନେତା ତଥା ଏହି ଆସନରୁ ଲଗାତାର ତିନିତିନି ଥର ନିର୍ବାଚିତ ହୋଇଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ସାନ ଭାଇ। ଲଳିତେନ୍ଦୁ ଗତବର୍ଷ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2019/04/Puri-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Puri-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Puri-Election_Inner-Page_6.jpg)
ଭାରତୀୟ ଜନତା ପାର୍ଟିର ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଏଠାରୁ ୨୦୧୪ରେ ବିଜୟୀ ହୋଇଥିଲେ। ତା’ ପୂର୍ବରୁ ସେ ଦୁଇଥର (୨୦୦୦ ଓ ୨୦୧୪)ରେ ଏଠାରୁ ଜିତିଥିଲେ। ଏଥର ତାଙ୍କ ବଦଳରେ ତାଙ୍କର ପୁତୁରା ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ କରାଯାଇଛି। ପୃଥ୍ଵୀରାଜ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁତ୍ର।
ବିଶ୍ୱଭୂଷଣ ଏହି ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଏକାଧିକ ଥର ପ୍ରତିନିଧିତ୍ୱ କରିଆସିଛନ୍ତି। ତେଣୁ ହରିଚନ୍ଦନ ପରିବାର ଏହି ଅଞ୍ଚଳର ଭୋଟରଙ୍କ ମଧ୍ୟରେ ଜଣାଶୁଣା। ତେବେ,ପୃଥ୍ଵୀରାଜଙ୍କ ବିପକ୍ଷରେ ଏଥର ଲଢୁଛନ୍ତି ବେଗୁନିଆର ବିଧାୟକ ଏବଂ ଯୁବନେତା ପ୍ରଶାନ୍ତ ଜଗଦେବ। ଏଠାରୁ କିଏ ଜିତିବ ସେଥିପାଇଁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିରହିଛନ୍ତି।
/sambad/media/post_attachments/wp-content/uploads/2019/04/Puri-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Puri-Election_Inner-Page_8.jpg)
ଅନ୍ୟପକ୍ଷରେ ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅରୁଣ ସାହୁ ଯଥାକ୍ରମେ ପିପିଲି ଓ ନୟାଗଡ଼ରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।
Follow Us