ଅଫିସ ଯାଉଥିବା ବେଳେ ଧକ୍କା ଦେଲା ଜାଗୁଆର, ଚାଲିଗଲା ୨୪ବର୍ଷୀୟ ଦୀପିକାଙ୍କ ଜୀବନ

Advertisment
ଅଫିସ ଯାଉଥିବା ବେଳେ ଧକ୍କା ଦେଲା ଜାଗୁଆର, ଚାଲିଗଲା ୨୪ବର୍ଷୀୟ ଦୀପିକାଙ୍କ ଜୀବନ

ନୋଏଡା: ଦ୍ରୁତ ଗତି ନେଲା ଜୀବନ। ଜଣେ ୨୪ବର୍ଷୀୟ ଯୁବତୀ ଡିଭାଇଡରରେ ସ୍କୁଟି ବୁଲାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଜାଗୁଆର କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ନୋଏଡାରେ ଏହି ଘଟଣା ଘଟିଥିବା ବେଳେ ମୃତକଙ୍କ ନାଁ ଦୀପିକା ତ୍ରିପାଠି ବୋଲି ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଚାଳକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଜଣକ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ତାଙ୍କ ନାଁ ହେଲା ସାମୁଏଲ୍ ଆଣ୍ଡ୍ର୍ୟୁ ପିଷ୍ଟର।

ସୂଚନା ମୁତାବକ, ‌ନୋଏଡାର ସେକ୍ଟର ୯୬ରେ ଦୀପିକାଙ୍କ ଦୁର୍ଘଟଣା ଘଟିଥିଲା। ଅଫିସ ଆଡକୁ ଗାଡ଼ି ବୁଲାଉଥିବା ବେଳେ ଜାଗୁଆର କାର ଆସି ତାଙ୍କୁ ଧକ୍କା ଦେଇଥିଲା। କାରର ଗତି ଅଧିକ ଥିବାରୁ ଦୀପିକା କାର ସହ ଘୋଷାଡି ହୋଇ କିଛି ଦୂରରେ ଯାଇ ଛିଟିକି ପଡ଼ିଥିଲେ। ଗୁରୁତର ଆହତ ଯୁବତୀଙ୍କୁ ସେକ୍ଟର ୧୧୦ର ଏକ ଡାକ୍ତରଖାନାକୁ ଲୋକମାନେ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଘଟାଇବା ପରେ ସାମୁଏଲ୍ କାର୍ ଛାଡ଼ି ଫେରାର ହୋଇଯାଇଥିଲେ। ହେଲେ ପରେ ପୁଲିସ ଏତଲା ରୁଜୁ କରି ତାଙ୍କୁ ଗିରଫ କରିଛି।

publive-image

ମୃତ ଦୀପିକା ସୁପରଟେକ୍ ଇ-ସ୍କୋୟାରରେ ରିସେପସନଷ୍ଟି ଭାବେ କାମ କରୁଥିଲେ। ପ୍ରଥମେ ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ନେଇ କାର ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ଘଟଣାସ୍ଥଳର ସମୀକ୍ଷା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହ କଥା ହେବା ପରେ ଅଭିଯୋଗକୁ ହତ୍ୟାରେ ପରିଣତ କରାଯାଇଥିବା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe