ଆଜି ସନ୍ଧ୍ୟାରେ ରେଡିଓ ଚକ୍‌ଲେଟ୍‌ର ୱେବିନାର୍ ‘କାଳିଆର ଲୀଳା’

Advertisment
ଆଜି ସନ୍ଧ୍ୟାରେ ରେଡିଓ ଚକ୍‌ଲେଟ୍‌ର ୱେବିନାର୍ ‘କାଳିଆର ଲୀଳା’

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ପ୍ରତି ବର୍ଷ ରେଡିଓ ଚକ୍‌ଲେଟ୍ ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ। ଚଳିତ ବର୍ଷ କରୋନା ମହାମାରୀ ଫଳରେ ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଭକ୍ତମାନଙ୍କୁ ରଥ ଟାଣିବାକୁ ଅବା ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ରେଡିଓ ଚକ୍‌ଲେଟ୍ ପକ୍ଷରୁ ଆଜି (ଗୁରୁବାର) ସନ୍ଧ୍ୟା ୬ଟାରେ ଶ୍ରୀଜଗନ୍ନାଥଙ୍କ ଅଦ୍ଭୁତ ଲୀଳାକୁ ନେଇ ଏକ ଭକ୍ତିଭରା ୱେବିନାର୍ ‘କାଳିଆର ଲୀଳା’ ଆୟୋଜନ କରାଯାଇଛି।। ଏଥିରେ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ ଯୋଗଦେବେ।

ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦ ବିଜୟିନୀ ଶତପଥୀ, ଅଧ୍ୟାପିକା ଡ. କଲ୍ୟାଣୀ ନନ୍ଦି ଶତପଥୀ, ନେଉଳି ମଠ ମହନ୍ତ ଡ. ରାମଚରଣ ଦାସ, ପ୍ରଫେସର୍ ହରେକୃଷ୍ଣ ଶତପଥୀ, ପ୍ରୀତିନନ୍ଦା ରାଉତରାୟ, ପଦ୍ମଶ୍ରୀ ଡ. ରଜତ କର, ଅଧ୍ୟାପକ ଡ. ରଘୁନାଥ ପଣ୍ଡା, ଶରଣାରବିନ୍ଦ ଓଝା, ପୀତବାସ ରାଉତରାୟ, ଜାନକୀ ଚମ୍ପତ୍ତି ପ୍ରଭୁ ଜଗନ୍ନାଥଙ୍କ ଅନେକ ଅଲୌକିକ ଲୀଳା ସମ୍ପର୍କରେ ଆଲୋଚନା କରିବେ। ରେଡିଓ ଚକଲେଟ୍‌ର ଆର୍‌ଜେ ନିରୋଦ ଆର୍ଯ୍ୟ କାର୍ଯ୍ୟକ୍ରମ ସଂଚାଳନ କରିବେ। ଏତଦ୍ ବ୍ୟତୀତ ସୁନାମଧନ୍ୟ କଣ୍ଠଶିଳ୍ପୀ ମହାପ୍ରସାଦ କର, ଶ୍ରୀଚରଣ ମହାନ୍ତି, ସୌରଭ ନାୟକ, ପ୍ରଫୁଲ୍ଲ ବେହେରା, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ଲୋପାମୁଦ୍ରା ଦାସ ଏବଂ ବର୍ଣ୍ଣାଳୀ ହୋତା ଭକ୍ତିଗୀତ ପରିବେଷଣ କରିବେ। ଏହି ୱେବିନାର୍‌ରେ ଜୁମ୍ ଲିଙ୍କ୍ https://zoom.us/j/6243088998 ଓ Zoom ID: 624 308 8998, Password : radio104ରେ ଯୋଗଦେବା ପାଇଁ ରେଡିଓ ଚକ୍‌ଲେଟ୍ ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe