କୋମନା: ନୂଆପଡ଼ା ଜିଲ୍ଲାର ତରର୍ବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ ହୋଇଛି। ଏବେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରର୍ବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ରାଗିଙ୍ଗ ଅଭିଯୋଗ ହୋଇଛି। ସ୍କୁଲ ପରିସର ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରଙ୍କ ଆନ୍ଦୋଳନ ଓହ୍ଲାଇଛନ୍ତି। ସ୍କୁଲକୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ବିଭାଗ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରିଛନ୍ତି।
ଗତକାଲି ଗୁରୁ ଦିବସ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟତ୍ରୀ ଭୂମିକାରେ ସ୍କୁଲକୁ ଯାଇଥିଲେ। ସେଠାରେ ବାଳିକାମାନଙ୍କୁ ୧୦ମ ଶ୍ରେଣୀ ଛାତ୍ରମାନେ ଦୁର୍ବ୍ୟବହାର କରିଥିବା ଘଟଣାକୁ କେନ୍ଦ୍ର କରି ୭ ଜଣ ଯୁକ୍ତ ଦୁଇ ଛାତ୍ର ୭ ରାତ୍ରିରେ୨୨ ଜଣ ୧୦ମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ
Advertisment
Follow Us