ରାଏବରେଲି-ୱାଏନାଡରେ କମାଲ କଲେ ରାହୁଲ, ବହୁ ପଛରେ ବିଜେପି ପ୍ରାର୍ଥୀ

ରାଏବରେଲି-ୱାଏନାଡରେ କମାଲ କଲେ ରାହୁଲ, ବହୁ ପଛରେ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ରାଏବରେଲି-ୱାଏନାଡରେ କମାଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବହୁ ପଛରେ ପଡ଼ିଲେ ବିଜେପି ପ୍ରାର୍ଥୀ। କଂଗ୍ରେସର ଦବଦବା ଶେଷ ହୋଇସାରିଥିବା ସହ ଦଳ ଆଉ ଲଢ଼ିବା ଅବସ୍ଥାରେ ନଥିବା କଥା ବିରୋଧୀ ଦାବି କରୁଥିବା ବେଳେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ରାହୁଲ। ସେ ଉଭୟ ରାଏବରେଲି-ୱାଏନାଡରେ ବିରୋଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ୱାଏନାଡରେ କଂଗ୍ରେସ ନେତା ରାହୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ବରିଷ୍ଠ ନେତା ଆନି ରାଜାଙ୍କଠାରୁ ୨,୧୫,୬୧୪ ଭୋଟରେ ଆଗରେ ଅଛନ୍ତି। ଆନି ରାଜା ଏବେ ୯୦,୮୭୫ଭୋଟରେ ପାଇ ଦ୍ବିତୀୟ ଓ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନ ୫୧,୬୬୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

ଅନ୍ୟପକ୍ଷରେ ରାଏବରେଲିରେ କଂଗ୍ରେସ ନେତା ରାହୁଲ ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହଙ୍କଠାରୁ ୧,୪୭,୯୩୫ଭୋଟରେ ଆଗରେ ରହିଛନ୍ତି। ଦିନେଶ ଏବେ ୭୧,୦୫୪ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ଜଣାପଡ଼ିିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe