ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଆଚରଣ ବିଧି ଉଲ୍ଲଂଘନ କରିବା ପରେ ରାହୁଲଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌ ଜାରି

Advertisment
ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଆଚରଣ ବିଧି ଉଲ୍ଲଂଘନ କରିବା ପରେ ରାହୁଲଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌ ଜାରି

(Photo Credits: IANS/File)

ନୂଆଦିଲ୍ଲୀ: ନିର୍ବାଚନୀ ରାଲି ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିର୍ବାଚନ କମିସନ ରାହୁଲ ଗାନ୍ଧୀଙ୍କୁ ଏକ ନୋଟିସ୍‌ ଜାରି କରିଛନ୍ତି। ରାହୁଲ ମଧ୍ୟପ୍ରଦେଶର ସାହଦୋଲ୍‌ଠାରେ ଏକ ରାଲିରେ ଭାଷଣ ଦେବା ସମୟରେ କହିଥିଲେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ନିୟମ ବାହର କରିଛନ୍ତି। ଯେଉଁ ନିୟମରେ ଲେଖାଯାଇଛି କି ଆଦିବାସୀମାନଙ୍କୁ ଗୁଳି ମରାଯାଇ ପାରିବ।’ ରାହୁଲ ଏପରି କାହିଁକି କହିଲେ ତାହାର ଉତ୍ତର ୪୮ ଘଣ୍ଟା ଭିତରେ ଦେବାକୁ ନିର୍ବାଚନ କମିସନ୍‌ ନୋଟିସ୍‌ ଜାରି କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ରାହୁଲ ସୁପ୍ରିମ୍‌କୋର୍ଟରେ ରାଫେଲ୍‌ ମାମଲାର ଶୁଣାଣି କାଳରେ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ତାଙ୍କୁ ଏକ ନୋଟିସ୍‌ ଜାରି କରାଯାଇଥିଲା। ସେ ଅଦାଲତରେ କହିଥିଲେ କି ‘ସୁପ୍ରିମ୍‌କୋର୍ଟ ବି ମାନିବାକୁ ଲାଗିଲେଣି ଯେ ଚୌକିଦାର ଚୋର୍‌ ହୈ’। ଏପରି କହି ସେ ଅଦାଲତ ଅବମାନନା କରିଥିଲେ। ରାହୁଲଙ୍କୁ ତାଙ୍କର ଏପରି ମନ୍ତବ୍ୟ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe