Image Source: India Today
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଦଳର ଅଧ୍ୟକ୍ଷ ପଦରୁ ରାହୁଳ ଗାନ୍ଧୀ ଇସ୍ତଫା ଦେବା ନିଷ୍ପତ୍ତିକୁ ଦଳ ବରିଷ୍ଠ ନେତାମାନେ ଗ୍ରହଣ କରି ନାହାନ୍ତି।
ରାହୁଳ ଗାନ୍ଧୀଙ୍କ ଉପରେ ସବୁ ଭାର ଲଦି ଦେବାକୁ ଦଳର ବରିଷ୍ଠ ନେତାମାନେ ଅନିଚ୍ଛୁକ ବୋଲି ଉଠିଥିବା ଗୁଜବ ମଧ୍ୟରେ ଶନିବାର ସକାଳେ ଜାତୀୟ ରାଜଧାନୀରେ କଂଗ୍ରେସ ଓ୍ଵାର୍କିଙ୍ଗ୍ କମିଟିର ବୈଠକ ଅନୁଷ୍ଠିତ ହୋଇଛି।
ସେ ଯାହାହେଉ, କିଛି ସମୟ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସର୍ଜେଓ୍ଵାଲା ସ୍ପଷ୍ଟ କରି ଦେଲେ ଯେ ରାହୁଳ ଗାନ୍ଧୀ ଇସ୍ତଫା ଦେଇ ନାହାନ୍ତି ଏବଂ ସେ ଇସ୍ତଫା ଦେଇଥିବା ଖବର ମିଥ୍ୟା।
ରାହୁଳ ଗାନ୍ଧୀ ଅଧ୍ୟକ୍ଷତା କରିଥିବା ଏହି ବୈଠକରେ ଯୋଗ ଦେଇଥିଲେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଦେଶର ଅନ୍ୟ ଶୀର୍ଷସ୍ତରୀୟ ନେତୃମଣ୍ଡଳୀ।
Follow Us