କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀ ସମସ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତିି: ରାହୁଲ ଗାନ୍ଧୀ

Advertisment
କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀ ସମସ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତିି: ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଏବଂ ରାଜ୍ୟର ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଦୁଇ ସରକାର ବେକାରୀ ସମସ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେକାରୀ ସମସ୍ୟା ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି ବୋଲି ସେ କହିଛନ୍ତିି। ଗତ ନିର୍ବାଚନ ବେେଳେ ୫ କୋଟି ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦିଆଯିବ ବୋଲି ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ସ୍ମରଣ କରାଇ ଦେଇ ରାହୁଲ ଆଜି ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଏକ ବଡ଼ ନିର୍ବାଚନୀ ସଭାରେ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

publive-image

ବର୍ଷ ୨୦୧୪ ନିର୍ବାଚନ ପୂର୍ବରୁ ମୋଦୀ ପ୍ରତିଶ୍ରୁତି ଦେଇଥିଲେ ଯେ, ସବୁ ବେକାରୀଙ୍କୁ କର୍ମ ନିଯୁକ୍ତି ମିଳିବ କିନ୍ତୁ କୁଆଡେ ଗଲା ସେ ପ୍ରତିଶ୍ରୁତି? କୋଟି କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର ବସିଛନ୍ତି ବୋଲି କଂଗ୍ରେସ ସଭାପତି ପ୍ରକାଶ କରି ବର୍ତ୍ତମାନ ବୋକରୀ ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। ଦେଶରେ ବର୍ତ୍ତମାନ ୨୨ଲକ୍ଷ ସରକାରୀ ଚାକିରୀ ଖାଲି ପଡ଼ିଛି ବୋଲି ସେ କହିଥିଲେ। ଅନ୍ୟ ପକ୍ଷରେ କଂଗ୍ରେସ କ୍ଷମତାକୁ ଆସିଲେ ବେକାର ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ମାସିକ ୩ ହଜାର ଟଙ୍କା ଲେଖାଏଁ ବେକାରୀ ଭତ୍ତା ଦେବ ଏବଂ ୨୨ ଲକ୍ଷ ସରକାରୀ ଚାକିରୀ ବର୍ଷକ ମଧ୍ୟରେ ବେକାର ଯୁବକ-ଯୁବତୀଙ୍କୁ ପ୍ରଦାନ କରାଯିବା ସଂଗେ ସଂଗେ ପଞାଚାୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିଲେ।

ଚଳିତ ନିର୍ବାଚନରେ ବାକରୀ ସାଂଗକୁ କୃଷକ ଓ କୃଷକମାନଙ୍କ ସମସ୍ୟା, ଦରବୃଦ୍ଧି ଏବଂ ଦୁର୍ନୀତି ବଡ଼ ପ୍ରସଙ୍ଗ ହୋଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ପ୍ରାକଶ କରି କହଥିିଲେ ଯେ ମୋଦୀ ମିଛ ପ୍ରତିଶ୍ରୁତି ଦେଇ ଦେବବାସୀଙ୍କ ଭରସା ଭାଙ୍ଗିଛନ୍ତି। ନବୀନ ପଟ୍ଟନାୟକ ସରକାରର ମଧ୍ୟ ତୀବ୍ର ସମାଲୋଚନା କରି ଶ୍ରୀ ଗାନ୍ଧୀ କହିଥିଲେ ଯେ ଏହି ସରକାର ସବୁ ସାମଗ୍ରିକ ବିକାଶ କ୍ଷେତ୍ରରେ ବିଫଳ ହୋଇଛି। ଏହି ସରକାରର ବିଫଳତା ରାଜ୍ୟବାସୀଙ୍କୁ ଭଲ ଭାବେ ଜଣା ବୋଲି ସେ କହିଥିଲେ। ତେବେ ମୋଦୀ ସରକାରର ସମାଲୋଚନା କରି ଯେପରି ସୁବିସ୍ତତ ତଥ୍ୟ ଦେଇଥିଲେ। ନବୀନ ସରକାରର ବିଫଳତା ସଂପର୍କରେ ସେଭଳି କହି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe