ନିର୍ବାଚନ ଦିନରେ ‘ନ୍ୟାୟ’ ଟ୍ଵିଟ୍‌ କରି ଫସିଲେ ରାହୁଲ: ଅଦର୍ଶ ଅଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ତୁଷାର ଭେଲାପାଲି

Advertisment
ନିର୍ବାଚନ ଦିନରେ ‘ନ୍ୟାୟ’ ଟ୍ଵିଟ୍‌ କରି ଫସିଲେ ରାହୁଲ: ଅଦର୍ଶ ଅଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ତୁଷାର ଭେଲାପାଲି

Photo Credit: Twitter

ଓ୍ଵୟାନାଡ: କେରଳର ଓ୍ଵାୟାନାଡାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ନେସନାଲ୍‌ ଡେମୋକ୍ରାଟିକ୍‌ ଆଲିଆନ୍ସ(ଏନ୍‌ଡିଏ)ର ଲୋକସଭା ପ୍ରାର୍ଥୀ ତୁଷାର ଭେଲାପାଲି ଓ୍ଵାୟାନାଡର ରିଟର୍ଣ୍ଣଂ ଅଧିକାରୀଙ୍କ ଆଗରେ ରାହୁଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ ପ୍ରଚାର ପାଇଁ ବାରଣ କରାଯାଇଥିବା ସମୟରେ ବି ରାହୁଲ୍‌ ଟ୍ଵିଟ୍‌ କରି ତାଙ୍କର ‘ନ୍ୟାୟ’ ଯୋଜନା ସଂପର୍କରେ ଉଲ୍ଲେଖ କରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।

publive-image

ସେ ଅଭିଯୋଗ ଆଣି କହିଛନ୍ତି ଯେ କି ୨୧ ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ସମାପ୍ତ କରିବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ରାହୁଲ ତାହାକୁ ଅବମାନନା କରିଛନ୍ତି। ନିର୍ବାଚନ ଦିନ ସକାଳୁ ରାହୁଲ୍‌ ଟ୍ଵିଟ୍‌ କରି ଲେଖିଛନ୍ତି କି ସେ ସମସ୍ତ ଭାରତୀୟଙ୍କ ପାଇଁ ସେ ‘ନ୍ୟାୟ’ ଚାହାନ୍ତି ବୋଲି। ଏହା ସିଧାସଳଖ ଆଦର୍ଶ ଅଚରଣ ବିଧିକୁ ଉଲ୍ଲଂଘନ କରୁଛି। ସେଥିପାଇଁ ମୁଁ ନିର୍ବାଚନ କମିସନଙ୍କୁ ନିବେଦନ କରୁଛି ସେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଏକ ପତ୍ର ଜରିଆରେ ବ୍ୟକ୍ତ କରିଛନ୍ତି ତୁଷାର ଭେଲାପାଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe