ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ‘ବିମାନ ପଠାଉଛୁ, ଆସନ୍ତୁ’ ଟୁଇଟର ଜବାବ ଦେଲେ ରାହୁଲ୍‌: ମୁଁ ଏକା ନୁହେଁ ବିରୋଧୀଙ୍କ ପ୍ରତିନିଧି ବି ଯିବେ

Advertisment
ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ‘ବିମାନ ପଠାଉଛୁ, ଆସନ୍ତୁ’ ଟୁଇଟର ଜବାବ ଦେଲେ ରାହୁଲ୍‌: ମୁଁ ଏକା ନୁହେଁ ବିରୋଧୀଙ୍କ ପ୍ରତିନିଧି ବି ଯିବେ

Hindustan Times

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କ ‘ବିମାନ ପଠାଉଛୁ, କଶ୍ମୀର ଆସନ୍ତୁ’ ଆହ୍ଵାନକୁ ଗ୍ରହଣ କରିଛନ୍ତି। କଶ୍ମୀର ପରିସ୍ଥିତି ନେଇ ନକାରାତ୍ମକ ବୟାନ ଦେବା ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ଟୁଇଟ୍‌ କରି କହିଥିଲେ ଯେ ଆମେ ବିମାନ ପଠାଉଛୁ ରାହୁଲ୍‌ ଏଠାକୁ ଆସି ପରିସ୍ଥିତି ଦେଖିଯାଆନ୍ତୁ। ଏଥିସହ ସେ ମନ୍ତବ୍ୟ ଦେଇଥିଲେ କି, ରାହୁଲ ଜଣେ ଦାୟିତ୍ୱସଂପନ୍ନ ବ୍ୟକ୍ତି ଭାବରେ କଶ୍ମୀର ସଂପର୍କରେ ଭୁଲଭାଲ ମନ୍ତବ୍ୟ ଦେବା ସ୍ପୃହଣୀୟ ନୁହେଁ।

ଆଜି ରାହୁଲ ଗାନ୍ଧି ଟୁଇଟ୍‌ କରି ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କର ଏବେ ପ୍ରତିନିଧି ଦଳ ସହିତ ମୁଁ କଶ୍ମୀର ଏବଂ ଲଦାଖ ଯାଇ ଆପଣଙ୍କର ନିମନ୍ତ୍ରଣ ରକ୍ଷା କରିବି। ଆମେ ବିମାନ ଲୋଡୁ ନାହୁଁ, ମାତ୍ର ଆମକୁ ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ମୁଖ୍ୟସ୍ରୋତର ନେତା ଓ କର୍ତ୍ତ୍ୟବରତ ଯବାନଙ୍କୁ ଭେଟିବାର ସ୍ୱାଧୀନତା ଉପଲବ୍ଧ ହେବା ଦରକାର।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଉପରୋକ୍ତ ମନ୍ତବ୍ୟକୁ ଚାଲେଞ୍ଜ କରି କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ,ରାଜ୍ୟପାଳ କେବଳ ରାହୁଲ ଗାନ୍ଧିଙ୍କୁ କାହିଁକି କଶ୍ମୀର ଆସିବାକୁ ନିମନ୍ତ୍ରଣ କରିଛନ୍ତି ? ସେ ଏକ ସର୍ବଦଳୀୟ ପ୍ରତିନିଧି ଦଳକୁନିମନ୍ତ୍ରଣ କରୁନାହାନ୍ତି କାହିଁକି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe