ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ:  ୫ ଜୁଆଡ଼ି ଥାନାରେ ଅଟକ

ମହାକାଳପଡ଼ା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର ବାଲିସାହି ଗ୍ରାମରେ ଗତକାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୫ ଜଣ ଜୁଆଡ଼ିଙ୍କୁ ଧରିଥିବା ବେଳେ ସେମାନଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

Untitled

ମହାକାଳପଡ଼ା: ମହାକାଳପଡ଼ା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର ବାଲିସାହି ଗ୍ରାମରେ ଗତକାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୫ ଜଣ ଜୁଆଡ଼ିଙ୍କୁ ଧରିଥିବା ବେଳେ ସେମାନଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଶ୍ୱଜିତ ଭୋଇଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗତକାଲି ରାତି ପ୍ରାୟ ସାଢେ ୧ ଟା ସମୟରେ ଉକ୍ତ ଗ୍ରାମରେ ପହଁଞ୍ଚି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ।. ଏହି ସମୟରେ ବାଲିସାହି ଗ୍ରାମର ସଞ୍ଜୟ ରାଉତ, ବିଶ୍ୱମ୍ବର ନାଉରି, ରଞ୍ଜନ ନାୟକ, ବିଜୟନଗର ଗ୍ରାମର ଜନ୍ମେଜୟ ସାହାଣୀ ଓ ପଟ୍ଟାମୁଣ୍ଡାଇ ଥାନା ଖଡ଼ିଅଣ୍ଟା ଗ୍ରାମର ସୁମନ୍ତ ମଳିକ ପ୍ରମୁଖଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି। ଏଥିସହିତ ସେମାନଙ୍କ ଠାରୁ ୩ଟି ମୋଟର ସାଇକେଲ, ୬ଟି ମୋବାଇଲ ଓ ନଗଦ ୨୮ ହଜାର ୩ ଶହ ଟଙ୍କା ସହିତ ୫ ପ୍ୟାକେଟ ତାସ ଜବତ ହୋଇଥିବା ଥାନା ସୂତ୍ରରୁ ପ୍ରକାଶ। ତେବେ ଚଢ଼ାଉ ସମୟରେ ଅନ୍ୟ କେତେକ ଜୁଆଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା କୁହାଯାଉଛି।

ଘଟଣାରୁ ପ୍ରକାଶ, ବାଲିସାହି ଗ୍ରାମରେ ଦୀର୍ଘ ଦିନ ଧରି ବେଆଇନ ଜୁଆ ଆଡ୍ଡା ଚାଲୁଥିବା ନେଇ ମହାକାଳପଡ଼ା ପୁଲିସକୁ ଖବର ମିଳିଥିଲା। ଏ ନେଇ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଶ୍ୱଜିତ ଭୋଇଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗତକାଲି ରାତି ପ୍ରାୟ ସାଢେ ୧ ଟା ସମୟରେ ଉକ୍ତ ଗ୍ରାମରେ ପହଁଞ୍ଚି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ।. ଏହି ସମୟରେ ବାଲିସାହି ଗ୍ରାମର ସଞ୍ଜୟ ରାଉତ, ବିଶ୍ୱମ୍ବର ନାଉରି, ରଞ୍ଜନ ନାୟକ, ବିଜୟନଗର ଗ୍ରାମର ଜନ୍ମେଜୟ ସାହାଣୀ ଓ ପଟ୍ଟାମୁଣ୍ଡାଇ ଥାନା ଖଡ଼ିଅଣ୍ଟା ଗ୍ରାମର ସୁମନ୍ତ ମଳିକ ପ୍ରମୁଖଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି। ଏଥିସହିତ ସେମାନଙ୍କ ଠାରୁ ୩ଟି ମୋଟର ସାଇକେଲ, ୬ଟି ମୋବାଇଲ ଓ ନଗଦ ୨୮ ହଜାର ୩ ଶହ ଟଙ୍କା ସହିତ ୫ ପ୍ୟାକେଟ ତାସ ଜବତ ହୋଇଥିବା ଥାନା ସୂତ୍ରରୁ ପ୍ରକାଶ। ତେବେ ଚଢ଼ାଉ ସମୟରେ ଅନ୍ୟ କେତେକ ଜୁଆଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe