ବେଆଇନ ଖାଦାନରେ ଚଢ଼ାଉ: ୫ ପୋକ୍ଲିନ ଜବତ ପଥର ଢାଳି ଛୁ ମାରିଲେ ଡମ୍ଫର

Advertisment

ଗତକାଲି ରାତିରେ ୩୦ରୁ ଅଧିକ ଡମ୍ଫରରେ ପଥର ଲୋଡ଼ ହେବାର ଖବର ପାଇ ସୋର ଭାରପ୍ରାପ୍ତ ତହସିଲଦାର ଦୈତାରି ମଲ୍ଲିକ କନିଷ୍ଠ ଖଣି ଅଧିକାରୀ ସୋର ପୁଲିସ ସହାୟତାରେ ଚଢ଼ାଉ କରିଥିଲେ। ଏହି ସମୟରେ ଖବର ପାଇ ପଥର ଖାଲି କରି ଡମ୍ଫରଗୁଡିକ ଚମ୍ପଟ ମାରିଥିବା ଜଣାଯାଇଛି।

Updated On

ଗତକାଲି ରାତିରେ ୩୦ରୁ ଅଧିକ ଡମ୍ଫରରେ ପଥର ଲୋଡ଼ ହେବାର ଖବର ପାଇ ସୋର ଭାରପ୍ରାପ୍ତ ତହସିଲଦାର ଦୈତାରି ମଲ୍ଲିକ କନିଷ୍ଠ ଖଣି ଅଧିକାରୀ ସୋର ପୁଲିସ ସହାୟତାରେ ଚଢ଼ାଉ କରିଥିଲେ। ଏହି ସମୟରେ ଖବର ପାଇ ପଥର ଖାଲି କରି ଡମ୍ଫରଗୁଡିକ ଚମ୍ପଟ ମାରିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
khadan

ସୋର: ଦୀର୍ଘ ବର୍ଷଧରି ବନ୍ଦ ଥିବା ବାଗୁଡି ପଥର ଖାଦାନରୁ ପଥର ଚୋରିରେ ରୋକ ଲାଗିପାରୁନାହିଁ। ଦିନରାତି ସବୁ ସମୟରେ ପଥର ଲୁଟ୍ ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ବିଭାଗୀୟ ଅଧିକାରୀ,ସ୍ଥାନୀୟ ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ତ୍ରିକୋଣୀୟ ମଧୁଚନ୍ଦ୍ରିକା ପାଇଁ ଏହି ଲୁଟ୍ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି।

ଚେକ ପୋଷ୍ଟରେ ରହୁଥିବା ପୁଲିସ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ମାଫିଆମାନେ ପ୍ରତିଦିନ ପଥର ଚାଲାଣ କରୁଛନ୍ତି। ଗତକାଲି ରାତିରେ ୩୦ରୁ ଅଧିକ ଡମ୍ଫରରେ ପଥର ଲୋଡ଼ ହେବାର ଖବର ପାଇ ସୋର ଭାରପ୍ରାପ୍ତ ତହସିଲଦାର ଦୈତାରି ମଲ୍ଲିକ କନିଷ୍ଠ ଖଣି ଅଧିକାରୀ ସୋର ପୁଲିସ ସହାୟତାରେ ଚଢ଼ାଉ କରିଥିଲେ। ଏହି ସମୟରେ ଖବର ପାଇ ପଥର ଖାଲି କରି ଡମ୍ଫରଗୁଡିକ ଚମ୍ପଟ ମାରିଥିବା ବେଳେ ପାଞ୍ଚଟି ପୋକଲିନ ବ୍ୟକ୍ତିଗତ ଜାଗାରେ ଛିଡା ହୋଇଥିଲେ। ଏହି ପୋକ୍ଲିନଗୁଡିକୁ ବିଭାଗ ପକ୍ଷରୁ ଜବତ କରାଯାଇଥିବା ବେଳେ ଗଚ୍ଛିତ ପଥରକୁ ନିଲାମ କରାଯିବ ବୋଲି ସୂଚନା ମିଳିଛି।

ଗତ କିଛିଦିନ ତଳେ ଏହି ଖାଦାନର ମୁଖ୍ୟ ରାସ୍ତାରେ ପୁଲିସ ପକ୍ଷରୁ ଏକ ଚେକପୋଷ୍ଟ କରାଯାଇଛି। ମାତ୍ର ଚେକ ପୋଷ୍ଟରେ ରହୁଥିବା ପୁଲିସ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ମାଫିଆମାନେ ପ୍ରତିଦିନ ପଥର ଚାଲାଣ କରୁଛନ୍ତି। ଗତକାଲି ରାତିରେ ୩୦ରୁ ଅଧିକ ଡମ୍ଫରରେ ପଥର ଲୋଡ଼ ହେବାର ଖବର ପାଇ ସୋର ଭାରପ୍ରାପ୍ତ ତହସିଲଦାର ଦୈତାରି ମଲ୍ଲିକ କନିଷ୍ଠ ଖଣି ଅଧିକାରୀ ସୋର ପୁଲିସ ସହାୟତାରେ ଚଢ଼ାଉ କରିଥିଲେ। ଏହି ସମୟରେ ଖବର ପାଇ ପଥର ଖାଲି କରି ଡମ୍ଫରଗୁଡିକ ଚମ୍ପଟ ମାରିଥିବା ବେଳେ ପାଞ୍ଚଟି ପୋକଲିନ ବ୍ୟକ୍ତିଗତ ଜାଗାରେ ଛିଡା ହୋଇଥିଲେ। ଏହି ପୋକ୍ଲିନଗୁଡିକୁ ବିଭାଗ ପକ୍ଷରୁ ଜବତ କରାଯାଇଥିବା ବେଳେ ଗଚ୍ଛିତ ପଥରକୁ ନିଲାମ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe