ସୁବର୍ଣ୍ଣରେଖା ବାଲିଘାଟରେ ଖଣି ବିଭାଗର ଚଢ଼ାଉ: ଜେସିବି ଓ ଗୋଟିଏ ହାଇଓ୍ବା ଡମ୍ପର ଜବତ

ଜଳେଶ୍ୱର ତହସିଲ ଅଧୀନସ୍ଥ ଶିଖରପୁର ସ୍ଥିତ ଚକହରି ଗାଁ ସୁବର୍ଣ୍ଣରେଖା ନଦୀଘାଟରେ ଗତକାଲି ରାତିରେ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ଖବର ପାଇ ଖଣି ବିଭାଗ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଗୋଟିଏ ଜେସିବି ଓ ଗୋଟିଏ ହାଇଓ୍ବା ଡମ୍ପର ଜବତ କରାଯାଇଛି।

bhu

ଜଳେଶ୍ଵର: ଜଳେଶ୍ୱର ତହସିଲ ଅଧୀନସ୍ଥ ଶିଖରପୁର ସ୍ଥିତ ଚକହରି ଗାଁ ସୁବର୍ଣ୍ଣରେଖା ନଦୀଘାଟରେ ଗତକାଲି ରାତିରେ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ଖବର ପାଇ ଖଣି ବିଭାଗ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଗୋଟିଏ ଜେସିବି ଓ ଗୋଟିଏ ହାଇଓ୍ବା ଡମ୍ପର ଜବତ କରାଯାଇଛି।

ଚକହରି ଗାଁ ନିକଟସ୍ଥ ସୁବର୍ଣ୍ଣରେଖା ନଦୀଗର୍ଭରୁ ପ୍ରତିଦିନ ରାତିରେ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିଲା। ଉତ୍ତୋଳିତ ହେଉଥିବା ବାଲିକୁ ନଦୀପଠାରେ ମହଜୁଦ କରି ରଖାଯିବା ସହ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ଖଣି ବିଭାଗକୁ ଗୋପନୀୟ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଗତକାଲି ରାତିରେ କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର ଦାସଙ୍କ ନେତୃତ୍ୱରେ ଜଳେଶ୍ଵର ପୁଲିସକୁ ନେଇ ଏକ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ ସେଠାରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଗୋଟିଏ ଜେସିବି,ଗୋଟିଏ ହାଇଓ୍ବା ଡମ୍ପର ଜବତ କରିଥିଲେ।ଚଢାଅ ସମୟରେ ବଲି ମାଫିଆ ମାନେ ସେଠାରୁ ଚମ୍ପଟ ମାରିଥିଲ।

ବିବରଣୀରୁ ପ୍ରକାଶ ଯେ ଚକହରି ଗାଁ ନିକଟସ୍ଥ ସୁବର୍ଣ୍ଣରେଖା ନଦୀଗର୍ଭରୁ ପ୍ରତିଦିନ ରାତିରେ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିଲା। ଉତ୍ତୋଳିତ ହେଉଥିବା ବାଲିକୁ ନଦୀପଠାରେ ମହଜୁଦ କରି ରଖାଯିବା ସହ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ଖଣି ବିଭାଗକୁ ଗୋପନୀୟ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଗତକାଲି ରାତିରେ କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର ଦାସଙ୍କ ନେତୃତ୍ୱରେ ଜଳେଶ୍ଵର ପୁଲିସକୁ ନେଇ ଏକ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ ସେଠାରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଗୋଟିଏ ଜେସିବି,ଗୋଟିଏ ହାଇଓ୍ବା ଡମ୍ପର ଜବତ କରିଥିଲେ।ଚଢାଅ ସମୟରେ ବଲି ମାଫିଆ ମାନେ ସେଠାରୁ ଚମ୍ପଟ ମାରିଥିଲା।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe