ଓମଫେଡ କ୍ଷୀର ସଂଗ୍ରହ କେନ୍ଦ୍ରରେ ଅପମିଶ୍ରଣ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢଉ

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବାଲିକୁଦା  ତହସିଲଦାର ବିକାଶ ରଞ୍ଜନ, ଜିଲ୍ଲା ଫୁଡ ସେଫଟି ଅଧିକାରୀ ସମିତା ଦାସ ଓ ବାଲିକୁଦା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଚଢ଼ାଉ କରିବା ସହ କଲେକସନ ସେଣ୍ଟର ନିକଟରେ ଥିବା ଏକ ଗୋଦାମ ଗୃହରୁ ୪୭ ପ୍ୟାକେଟ ଧୂସର ଓ ଧଳା ରଙ୍ଗର ପ୍ୟାକେଟ ଅପମିଶ୍ରିତ ପାଉଡର ଜବତ କରିଥିଲେ।

zx

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତରାସାହି ପଞ୍ଚାୟତରେ ଏକ ଓମଫେଡ଼ କଲେକ୍ସନ ସେଣ୍ଟରରେ କ୍ଷୀରରେ ଅପମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ପରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ୱରେ ବାଲିକୁଦା  ତହସିଲଦାର ବିକାଶ ରଞ୍ଜନ, ଜିଲ୍ଲା ଫୁଡ ସେଫଟି ଅଧିକାରୀ ସମିତା ଦାସ ଓ ବାଲିକୁଦା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଚଢ଼ାଉ କରିବା ସହ କଲେକସନ ସେଣ୍ଟର ନିକଟରେ ଥିବା ଏକ ଗୋଦାମ ଗୃହରୁ ୪୭ ପ୍ୟାକେଟ ଧୂସର ଓ ଧଳା ରଙ୍ଗର ପ୍ୟାକେଟ ଅପମିଶ୍ରିତ ପାଉଡର ଜବତ କରିଥିଲେ। ଜବତ ହୋଇଥିବା ପାଉଡର ମଧ୍ୟରୁ ସାମ୍ପୁଲ ଓ କ୍ଷୀରର ନମୁନା ଫୁଡ ସେଫଟି ଅଧିକାରୀ ଯାଞ୍ଚ ପାଇଁ ପଠାଇଥିବା ଅଧିକାରୀ ସମିତା ଦାସ ପ୍ରକାଶ କରିଥିବା ବେଳେ ନମୁନା ରିପୋର୍ଟ ଆସିବା ପରେ କେତେ ପ୍ରତିଶତ ଅପମିଶ୍ରିତ ହୋଇଛି ତାହା ଜଣାପଡିବ ବୋଲି କହିଥିଲେ।

ତହସିଲଦାର ଶ୍ରୀ ବିକାଶ ରଞ୍ଜନ ଜବତ ହୋଇଥିବା ୪୭ ପ୍ୟାକେଟ ପାଉଡର କୁ ନିଜ ହେପାଜତରେ ରଖିଥିବା ପ୍ରକାଶ କରିଥିଲେ। ଏନେଇ ସବ କଲେକ୍ଟର ପ୍ରଶାନ୍ତ କୁମାର ତରାଇ କହିଥିଲେ କି ଏହି କଲେକ୍ସନ ସେଣ୍ଟର ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସୁଥିଲା। ଏଣୁ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ଆଜିର ଏହି ଚଢ଼ାଉ କରାଯାଉଥିଲା।କ୍ଷୀର ମଣିଷ ଜୀବନ ପାଇଁ ଅମୃତ ହୋଇଥିବା ବେଳେ ଯଦି ଏଥିରେ ଅପମିଶ୍ରଣ ହେବାର ନମୁନା ରିପୋଟ ଆସେ ତେବେ ଦୋଷୀ ବିରୁଦ୍ଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତରାସାହି ଗ୍ରାମରେ ଉଲ୍ଲାସ ଦାସ ନାମକ ଯୁବକ ଦୀର୍ଘ ୮ ବର୍ଷ ହେବ ଓମଫେଡ଼ ଏଜେନ୍ସି ଆଣି ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରି ଆମ୍ବଶାଳ ସ୍ଥିତ ଓମଫେଡ଼ ସେଣ୍ଟରକୁ ପଠାଉଥିଲେ। ତେବେ ଏହି କ୍ଷୀର ଚାଷୀଙ୍କ ଠାରୁ ଗ୍ରହଣ କରୁଥିବା କ୍ଷୀର ଅପେକ୍ଷା ଅଧିକ ପରିମାଣର କ୍ଷୀର ପ୍ରଦାନ କରୁଥିବା କାରଣରୁ ଉଲ୍ଲାସ ସନ୍ଦେହ ଘେରରେ ରହିଥିଲେ। ଏପରିକି ସ୍ଥାନୀୟ ଲୋକେ ମଧ୍ୟ ଅପମିଶ୍ରଣ ନେଇ ଆଲୋଚନା କରୁଥିଲେ। ଶେଷରେ ଏହି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲା। ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଜିର ଏହି ଚଢ଼ାଉ ହୋଇଥିବା ଜଣାପଡିଛି। ତେବେ ଉଲ୍ଲାସ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ଉକ୍ତ ପାଉଡର ପନିର କାଟିବା ପାଇଁ ବ୍ୟବହାର କରାଯାଏ ବୋଲି ସଫେଇ ଦେଇଛନ୍ତି। ଯଦି ଗ୍ରାମାଞ୍ଚଳରେ ଏଭଳି ଅପମିଶ୍ରିତ ହୋଇଥିବା ଖବର ସତ୍ୟାସତ୍ୟ ରିପୋଟ ଆସେ ତେବେ ଓମଫେଡ଼ ବ୍ୟବହାର କରୁଥିବା କୁନି କୁନି ପିଲାମାନଙ୍କୁ କ୍ଷୀର ନାମରେ ବିଷ ପ୍ରଦାନ କରାଯାଉଥିବା ଅଭିଯୋଗ ଆଣିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଆମ୍ବଶାଳ କ୍ଷୀର ପ୍ଲାଣ୍ଟକୁ ଆସୁଥିବା ଅନ୍ୟ ସବୁ କଲେକ୍ସନ ସେଣ୍ଟର ର କ୍ଷୀର ଫୁଡ ସେଫଟି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି। 

ସୂଚନା ଅନୁଯାୟୀ ତରାସାହି ଗ୍ରାମରେ ଉଲ୍ଲାସ ଦାସ ନାମକ ଯୁବକ ଦୀର୍ଘ ୮ ବର୍ଷ ହେବ ଓମଫେଡ଼ ଏଜେନ୍ସି ଆଣି ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରି ଆମ୍ବଶାଳ ସ୍ଥିତ ଓମଫେଡ଼ ସେଣ୍ଟରକୁ ପଠାଉଥିଲେ। ତେବେ ଏହି କ୍ଷୀର ଚାଷୀଙ୍କ ଠାରୁ ଗ୍ରହଣ କରୁଥିବା କ୍ଷୀର ଅପେକ୍ଷା ଅଧିକ ପରିମାଣର କ୍ଷୀର ପ୍ରଦାନ କରୁଥିବା କାରଣରୁ ଉଲ୍ଲାସ ସନ୍ଦେହ ଘେରରେ ରହିଥିଲେ। ଏପରିକି ସ୍ଥାନୀୟ ଲୋକେ ମଧ୍ୟ ଅପମିଶ୍ରଣ ନେଇ ଆଲୋଚନା କରୁଥିଲେ। ଶେଷରେ ଏହି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲା। ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଜିର ଏହି ଚଢ଼ାଉ ହୋଇଥିବା ଜଣାପଡିଛି। ତେବେ ଉଲ୍ଲାସ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରିବାର ଲୋକେ ଉକ୍ତ ପାଉଡର ପନିର କାଟିବା ପାଇଁ ବ୍ୟବହାର କରାଯାଏ ବୋଲି ସଫେଇ ଦେଇଛନ୍ତି। ଯଦି ଗ୍ରାମାଞ୍ଚଳରେ ଏଭଳି ଅପମିଶ୍ରିତ ହୋଇଥିବା ଖବର ସତ୍ୟାସତ୍ୟ ରିପୋଟ ଆସେ ତେବେ ଓମଫେଡ଼ ବ୍ୟବହାର କରୁଥିବା କୁନି କୁନି ପିଲାମାନଙ୍କୁ କ୍ଷୀର ନାମରେ ବିଷ ପ୍ରଦାନ କରାଯାଉଥିବା ଅଭିଯୋଗ ଆଣିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଆମ୍ବଶାଳ କ୍ଷୀର ପ୍ଲାଣ୍ଟକୁ ଆସୁଥିବା ଅନ୍ୟ ସବୁ କଲେକ୍ସନ ସେଣ୍ଟର ର କ୍ଷୀର ଫୁଡ ସେଫଟି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି। 

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe