Train accident in Bihar Photograph: (@RailMinIndia)
ନୂଆଦିଲ୍ଲୀ: କେଉଁ ଆଧାରରେ ରେଳ ଟିକଟ ଦାମ୍ ନିର୍ଦ୍ଧାରଣ କରାଯାଉଛି? ତାହା ଜାଣିବା ଲାଗି ଯାତ୍ରୀମାନଙ୍କ ମନରେ ଉତ୍ସାହ ରହିବା ସ୍ବାଭାବିକ। କିନ୍ତୁ ଟିକଟ ମୂଲ୍ୟ ପଛର ଗଣିତ ପ୍ରକାଶ କରିବାକୁ ରେଳବାଇ ମନା କରିଦେଇଛି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ଅଧୀନରେ ସେହି ତଥ୍ୟ ମଗାଯାଇଥିଲା। ଏ ସମ୍ପର୍କରେ କେନ୍ଦ୍ରୀୟ ସୂଚନା କମିସନର (ସିଆଇସି)ଙ୍କୁ ରେଳବାଇ ଜଣାଇଛି ଯେ ଏହା ଏକ ‘ବ୍ୟବସାୟ ଗୋପନୀୟତା’ ଓ ବାଣିଜ୍ୟିକ ବିଶ୍ବାସ। ତେଣୁ ସେହି ତଥ୍ୟ ସାର୍ବଜନୀନ କରିହେବନାହିଁ। ଏଥି ସହିତ ଆର୍ଟିଆଇ ଆବେଦନକୁ ସିଆଇସି ଖାରଜ କରିଛନ୍ତି।
ରେଳ ଟିକଟ ଦର ହିସାବ ପଦ୍ଧତି, ଡାଇନାମିକ ମୂଲ୍ୟ ନିର୍ଧାରଣ ଓ ତତ୍କାଳ ବୁକିଂ ସମ୍ପର୍କରେ ଜାଣିବାକୁ ଏକ ଆର୍ଟିଆଇ ଆବେଦନ ଆସିଥିଲା। ତାହା ଉପରେ ରେଳ ବୋର୍ଡ କହିଛି ଯେ ଯାତ୍ରାର ଶ୍ରେଣୀ ଓ ଦିଆଯାଉଥିବା ସୁବିଧାସୁଯୋଗ ଆଧାରରେ ଟିକଟ ମୂଲ୍ୟ ନିର୍ଭର କରୁଛି। କିନ୍ତୁ ଏହା ସ୍ପଷ୍ଟ କରିଛି ଯେ ବିଭିନ୍ନ ବର୍ଗ ପାଇଁ ଟିକଟ ମୂଲ୍ୟ ନିର୍ଧାରଣ କରିବା ପ୍ରକ୍ରିୟା ବାଣିଜ୍ୟ ଗୋପନୀୟତା ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ଅଧୀନରେ ଆସୁଛି।
ଆହୁରି ପଢନ୍ତୁ: Earthquake in Uttarakhand: ଥରିଲା ଉତ୍ତରାଖଣ୍ଡ... ବାଗେଶ୍ୱରରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ
ଜାତୀୟ ସୁରକ୍ଷା, ବାଣିଜ୍ୟ ଗୋପନୀୟତା ଓ ବ୍ୟକ୍ତିଗତ ଗୋପନୀୟତା ଅଧୀନରେ ଆସୁଥିବା ତଥ୍ୟ ଦେବାକୁ ସଂସ୍ଥାଗୁଡ଼ିକ ମନା କରିପାରିବେ ବୋଲି ଆର୍ଟିଆଇ ନିୟମର ଧାରା ୮ରେ ବ୍ୟବସ୍ଥା ରହିଛି। ପୂର୍ବରୁ ମଧ୍ୟ ଏଭଳି ଆର୍ଟିଆଇ ଆବେଦନ ଆସିଥିଲା। ସେତେବେଳେ ରେଳ ବୋର୍ଡ କହିଥିଲା ଯେ ରେଳବାଇ ଏକ ବାଣିଜ୍ୟିକ ସଂସ୍ଥା ଭାବେ ପରିଚାଳିତ ହେଉଥିବା ବେଳେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସାମାଜିକ ଦାୟିତ୍ବ ମଧ୍ୟ ନିର୍ବାହ କରୁଛି।
ଆହୁରି ପଢନ୍ତୁ: Gill Gave Gift: ସର୍ଫରାଜଙ୍କୁ ଗିଲ୍ଙ୍କ ସରପ୍ରାଇଜ୍ ଗିପ୍ଟ
ରେଳବାଇର ଉତ୍ତର ସନ୍ତୋଷଜନକ ରହିବା ଏବଂ ଶୁଣାଣି ବେଳେ ଆବେଦନକାରୀ ଅନୁପସ୍ଥିତ ରହିବାରୁ ସୂଚନା କମିସନର ସ୍ବାଗତ ଦାସ ଅପିଲକୁ ଖାରଜ କରିଥିଲେ।
Follow Us