ରାଉରକେଲା: ରାଉରକେଲାରେ ଝିପିଝିପି ବର୍ଷା ଜାରି ରହିଛି। ଆସନ୍ତା ଦୁଇ ଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷାକୁ ନେଇ ସହରର ତଳିଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ଡ୍ରେନ୍ ସଫେଇ ଠିକ୍ ହେଉ ନଥିବାରୁ ପ୍ରତିବର୍ଷ ଲଗାଣ ବର୍ଷାରେ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ପାନପୋଷ, କୋଏଲବ୍ୟାଙ୍କ, ବାଲୁଘାଟ ସମେତ ବାସନ୍ତୀକଲୋନିର କିଛି ତଳିଆ ଅଞ୍ଚଳ ଛେଣ୍ଡ, କଳିଙ୍ଗବିହାର, ଡେଲିମାର୍କେଟର ଆଖପାଖରେ କିଛି ବସ୍ତି, ମାଲଗୋଦାମ, ରେଲୱେ କଲୋନିରେ କିଛି ସ୍ଥାନରେ ବର୍ଷା ପାଣି ପଶିଥାଏ।
ସହରର ପ୍ରମୁଖ ଡ୍ରେନ୍ ସଫେଇ ହେଉ ନଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜିଥିବା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି। ସମସ୍ୟାକୁ ଆହୁରି ଜଟିଳ କରିଛି ସହରର ସ୍ବେରେଜ ବ୍ୟବସ୍ଥା। ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁ ସ୍ବେରେଜ ଚାମ୍ବରଗୁଡ଼ିକ ନେଇ ଅଳିଆ ଆବର୍ଜନା ପାଣି ନିଷ୍କାସନ ହେବା ପରିବର୍ତ୍ତେ ରାସ୍ତା ଉପରେ ଭାସୁଛି। ଯାତାୟାତରେ ବାଧା ଉପୁଜିଯିବା ସହ ସମଗ୍ର ଅଞ୍ଚଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିପ୍ରତି ସ୍ଥାନୀୟ ଜନପ୍ରତିନିଧି ହେଉ କିମ୍ବା ଜିଲ୍ଲା ପ୍ରଶାସନ କାହାରି ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ପ୍ରତିବର୍ଷ ବସ୍ତି ଓ ତଳିଆ ଅଞ୍ଚଳବାସିନ୍ଦାଙ୍କୁ ଏହାର ଫଳ ଭୋଗିବାକୁ ପଡୁଛି। ଡ୍ରେନେଜ ବ୍ୟବସ୍ଥା ସଜାଡ଼ିବା ସହ ବର୍ଷା ପାଣି ଠିକ୍ଭାବେ ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

rourkela
Follow Us