ରେଳ ଷ୍ଟେସନର ଶୌଚାଳୟରେ ତାଲା, ପୁରୁଣା ପ୍ଲାଟଫର୍ମକୁ ଅଣଦେଖା

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନ ଅବ୍ୟବସ୍ଥା ଘେରରେ। ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନ ଅବ୍ୟବସ୍ଥା ଘେରରେ। ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନ ଅବ୍ୟବସ୍ଥା ଘେରରେ। ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି। ଅମୃତ ଭାରତ ଯୋଜନାରେ ସାମିଲ ହେବା ପରେ ବି ଅବ୍ୟବସ୍ଥା।

ରାଇରଂଗପୁର ଷ୍ଟେସନକୁ ପ୍ରତ୍ୟେକ ଦିନ ୪ଟି ଟ୍ରେନ୍‌ ଟାଟାନଗରରୁ ବାଦାମପାହାଡ, ଗୋଟିଏ ଟ୍ରେନ୍ ବାଦାମପାହାଡ଼ରୁ ରାଉରକେଲା ଏବଂ ଅଂଚଳରେ ଥିବା ଲୁହାଖଣିରୁ ଲୁହାପଥର ନେବା ପାଇଁ ୱାଗନ ମଧ୍ୟ ଆସିଥାଏ। ଫଳରେ ଏହି ରେଳପଥ ଚକ୍ରଧରପୁର ଡିଭିଜନକୁ ବାର୍ଷିକ ପ୍ରାୟ ଶହ ଶହକୋଟିରୁ ରାଜସ୍ୱ ପ୍ରଦାନ କରୁଥିବା ବେଳେ ଦକ୍ଷିଣ-ପୂର୍ବ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଏହା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ବହୁବର୍ଷରୁ ଅଭିଯୋଗ ହୋଇଆସୁଛି।

publive-image

ତେବେ ସବୁଠାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବା ବେଳେ ରାଇରଙ୍ଗପୁର ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଏମସିଏଲ୍ ପକ୍ଷରୁ ନୂତନ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ସେଥିରେ ତାଲା ପଡିଛି। ଏହାବ୍ୟତୀତ ରେଳ ବିଭାଗ ପକ୍ଷରୁ ମଧ୍ୟ ଅନ୍ୟ ଏକ ଶୌଚାଳୟ ନିର୍ମାଣ ହୋଇଛି ସେଥିରେ ମଧ୍ୟ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ଏଣୁ ଯାତ୍ରୀମାନେ ଷ୍ଟେସନ ପାର୍ଶ୍ବରେ ଏଣେତେଣେ ମଳତ୍ୟାଗ କରୁଛନ୍ତି। ଫଳରେ ଷ୍ଟେସନ ଅଂଚଳ ଦୂଷିତ ହୋଇପଡିଛି ଏବଂ ସ୍ୱଚ୍ଛଭାରତ ଅଭିଯାନ ମଧ୍ୟ ଫେଲ ମାରିଛି। ବିଶେଷ କରି ମହିଳା ଯାତ୍ରୀମାନେ ଅଧିକ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

ନିର୍ମାଣ ହୋଇଥିବା ଶୌଚାଳୟରେ କାହିିଁକି ତାଲା ପଡିଛି? ସେ ସମ୍ବନ୍ଧରେ ଷ୍ଟେସନ ମାଷ୍ଟର ବି. ଟୁଡୁଙ୍କ ସହିତ ଯୋଗାଯୋଗ ସଫେଇ କର୍ମଚାରୀ ନଥିବାରି ଉକ୍ତ ଶୌଚାଳୟ ସଫାସୁତୁରା ହୋଇ ପାରୁନି ବୋଲି କହିଛନ୍ତି। ତେବେ ଆସନ୍ତାକାଲି ଶୌଚାଳୟକୁ ସଫାସୁତୁରା କରାଇବେ ବୋଲି ପ୍ରକାଶ କରିଛନ୍ତି।

ତେବେ ଯାତ୍ରୀମାନଙ୍କ କହିବା ଅନୁଯାୟୀ ଉକ୍ତ ଶୌଚାଳୟକୁ କେବଳ ରେଳବିଭାଗର କର୍ମଚାରୀ ବ୍ୟବହାର କରୁଛନ୍ତି। ତେବେ ଯଥାଶୀଘ୍ର ଷ୍ଟେସନର ଶୌଚାଳୟକୁ ଯାତ୍ରୀମାନଙ୍କୁ ବ୍ୟବହାର କରିବାକୁ ଦିଆଯାଉ ବୋଲି ଯାତ୍ରୀମାନେ ଦାବି କରିଛନ୍ତି। ଏହା ବ୍ୟତୀତ ଉକ୍ତ ଷ୍ଟେସନରେ ରାତ୍ରି ସମୟରେ ଲାଇଟ ଜଳୁନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି। ନିର୍ଭୟରେ ଉକ୍ତ ଷ୍ଟେସନରେ ମଦ ପିଉଥିବା ଓ ଜୁଆ ଖେଳୁଥିବା ଅଭିଯୋଗ ହୁଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe