ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟର ଭାଇଙ୍କୁ ମରଣାନ୍ତକ ଆକ୍ରମଣ

Advertisment
ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟର ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟର ଭାଇ ଦୀପକଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବୁଧବାର ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦୀପକଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଜମି ଗଣ୍ଡଗୋଳକୁ କେନ୍ଦ୍ରକରି ଦୀପକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟାକାଣ୍ଡ ସହିତ ଜଡ଼ିତ ରାଜା ଆଚାର୍ଯ୍ୟକୁ ସୁପ୍ରିମକୋର୍ଟରୁ ୨୦୧୭ ମାର୍ଚ୍ଚ ୧୧ରେ ଜାମିନ ମିଳିଥିଲା। ଏହା ପରେ ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି ପଣ୍ଡା ଅଭିଯୋଗ କରିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe