ରାଖୀ ବାନ୍ଧିଲେ, ନିଶା ନିବାରଣ ଲାଗି ଶପଥ ନେଲେ

Advertisment

ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ସମ୍ବାଦ ପରିବାର ସହଯୋଗରେ  ରାକ୍ଷୀ ବନ୍ଧନ ନିଶା ନିବାରଣ କାର୍ଯ୍ୟକ୍ରମ ସୋର ଉତ୍ତରେଶ୍ୱର ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ସମ୍ବାଦ ପରିବାର ସହଯୋଗରେ  ରାକ୍ଷୀ ବନ୍ଧନ ନିଶା ନିବାରଣ କାର୍ଯ୍ୟକ୍ରମ ସୋର ଉତ୍ତରେଶ୍ୱର ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।

Untitled

ସୋର,୯/୮(ଇମିସ) : ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ସମ୍ବାଦ ପରିବାର ସହଯୋଗରେ ରକ୍ଷାବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ ସୋର ଉତ୍ତରେଶ୍ୱର ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ  ପଥର ଶିଳ୍ପୀ ଗୋଲକ ପାତ୍ର, ସମାଜ ସେବୀ ନରେନ୍ଦ୍ର ସାମଲ ଓ ଆଦର୍ଶ ଯୁବ ପରିଷଦର ସଭାପତି ପୃଥିବ ରଞ୍ଜନ ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସୁସ୍ଥ ସମାଜ ଗଠନର ଏକ ନିଆରା ପଦକ୍ଷେପ ବୋଲି କହିବା ସହିତ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ।

ସମ୍ବାଦ ପ୍ରତିନିଧି ଅଭୟ ପତ୍ରୀ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ପ୍ରକାଶ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ଆଦର୍ଶ ଯୁବ ପରିଷଦର ସଦସ୍ୟ ସଦସ୍ୟାମାନେ ପରସ୍ପର ହାତରେ ରାଖୀ ବାନ୍ଧିଥିଲେ।  ଏଥିରେ ମୋଟ ୨୪ ଜଣ ଯୋଗ ଦେଇଥିଲେ। ଶେଷରେ କନକ ନିୟୁଜ ପ୍ରତିନିଧି ପ୍ରମୋଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe