ଶ୍ରମିକ ବିରୋଧୀ ଶ୍ରମ କୋଡ୍ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ ଦାବିରେ ଭଦ୍ରକରେ ଶୋଭାଯାତ୍ରା ଓ  ସାଧାରଣ ସଭା

ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକ ବନ୍ତ ଛକ ଠାରୁ ଏକ ବିଶାଳ ମିଳିତ ଶୋଭାଯାତ୍ରା ବାହାରି  ଭଦ୍ରକ ସହର ପରିକ୍ରମା କରି କଚେରୀ ବଜାର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।  

bh

ଭଦ୍ରକ: ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ କର, ସମସ୍ତ ଠିକା, ସ୍କିମ , ଅସଂଗଠିତ ଶ୍ରମିକମାନଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ଘୋଷଣା କର, କାର୍ଯ୍ୟକ୍ଷେତ୍ରରେ ଠିକା ଶ୍ରମିକ, ବହିରାଗତ ଶ୍ରମିକ, ସ୍କିମ ଶ୍ରମିକ ବ୍ୟବସ୍ଥା ପ୍ରତ୍ୟାହାର କରି ସମାନ କାମକୁ ସମାନ ମଜୁରୀ ପ୍ରଦାନ କର, ସମ୍ବିଧାନର ମୌଳିକତା ଉପରେ ଆକ୍ରମଣ ବନ୍ଦକର, ଦଳିତ,ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣ ବନ୍ଦ କର, ଦେଶର ସଂଘୀୟ ବ୍ୟବସ୍ଥାର ସୁରକ୍ଷା ସହ ଧର୍ମୀୟ କ୍ଷେତ୍ରରେ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖ, ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ କର, ଛାତ୍ର ବିରୋଧୀ ଜାତୀୟ ଶିକ୍ଷା ନୀତି -୨୦୨୦ ବାତିଲ କର, ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଅ, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଅ, ମୋଦୀ ସରକାର ଜାତୀୟ ସଂପତ୍ତି ବିକ୍ରି ବନ୍ଦ କର, ଆମ ଦେଶର ସ୍ୱାଧୀନ ବୈଦେଶିକ ନୀତି ଓ ସାର୍ବଭୌମତ୍ୱକୁ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ସମର୍ପିଦେବା ବନ୍ଦ କର, ଭାରତବାସୀଙ୍କ ମଧ୍ୟରେ ଯୁଦ୍ଧ ଉନ୍ମାଦନା ସୃଷ୍ଟି କରିବା ବନ୍ଦ କର  ଆଦି ଦାବି ନେଇ ଆସନ୍ତା ଜୁଲାଇ ୯ ତାରିଖରେ ସର୍ବଭାରତୀୟ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ।

ଏହି ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକ ବନ୍ତ ଛକ ଠାରୁ ଏକ ବିଶାଳ ମିଳିତ  ଶୋଭାଯାତ୍ରା ବାହାରି  ଭଦ୍ରକ ସହର ପରିକ୍ରମା କରି କଚେରୀ ବଜାର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।  ଏହି ସାଧାରଣ ସଭାରେ ବିଜୁ ଶ୍ରମିକ ସାମ୍ମୁଖ୍ଯ  ସଭାପତି ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଓଡ଼ିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଏଆଇଟିୟୁସି ରାଜ୍ୟ କମିଟି ସଭ୍ୟ ରମେଶ ଜେନା, ଏଆଇସିସିଟିୟୁ ଜିଲ୍ଲା ସଂପାଦକ ସମର ବଳ, ଏଆଇୟୁଟିୟୁସି ଜିଲ୍ଲା ସଂପାଦକ  ରାମଚନ୍ଦ୍ର ଶଙ୍ଖୁଆ, ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପସଭାପତି ଜାହିଦ ହବିବ୍,  ଏଚ୍ ଏମ୍ ଏସ୍ ଜିଲ୍ଲା ସହ ସଂପାଦକ ନାସିରୁଦ୍ଦିନ ଖାନ୍, ନବନିର୍ମାଣ ଯୁବ ଛାତ୍ର ସଂଗଠକ ଜାହିର ଖାନ୍, ଓଡ଼ିଶା କ୍ଷେତମଜଦୁର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ , ଉତ୍ତର ଓଡିଶା  ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଭଦ୍ରକ ଜିଲ୍ଲା ସଂପାଦକ ଅଗଣି ଚରଣ ଜେନା,  ବରିଷ୍ଠ ବାମପନ୍ଥୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ବାଳ,  ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଯୁବ ନେତା ପ୍ରତାପ ସେଠୀ, ଶ୍ରମିକ ନେତା ମଳୟ ଭୋଇ, ବିଷ୍ଣୁ ଦାଶ, ଜୟନୁଲ ଆବେଦିନ, ସେକ୍ ସନାଉଲ୍ଲା, ସେକ୍ ସିକ୍ରୁ , ଭଦ୍ରକ ମ୍ଯୁନିସିପାଲିଟିର କାଉନସିଲ ଦିଲୀପ ନାୟକ  ପ୍ରମୁଖ ଉଦବୋଧନ ଦେଇଥିଲେ।

ଆସନ୍ତା ଜୁଲାଇ ୯ରେ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ମେ ୨୧ ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭା, ଶୋଭାଯାତ୍ରା, ପିକେଟିଂ, ସାଧାରଣ ବୈଠକ ଆଦି ସଂଗଠିତ କରିବାକୁ ସଭାରେ ନିବେଦନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe