ଖଣ୍ଡପଡ଼ା : କଣ୍ଟିଲୋରେ ସୌମ୍ୟରଂଜନଙ୍କ ବିଶାଳ ରାଲି, ସ୍ଥାନୀୟ ଲୋକଙ୍କର ବିପୁଳ ସମର୍ଥନ

Advertisment
ଖଣ୍ଡପଡ଼ା : କଣ୍ଟିଲୋରେ ସୌମ୍ୟରଂଜନଙ୍କ ବିଶାଳ ରାଲି, ସ୍ଥାନୀୟ ଲୋକଙ୍କର ବିପୁଳ ସମର୍ଥନ

ନୟାଗଡ଼: ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିଲୋରେ ଶନିବାର ସନ୍ଧ୍ୟାରେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ରାଲିରେ ଯାଇ  ନିର୍ବାଚନ ପ୍ରଚାର କରିଛନ୍ତି। ଏହି ରାଲିରେ ହଜାର ହଜାର ସମର୍ଥକ, ପ୍ରଶଂସକ ଓ ବିଜେଡି କର୍ମୀ ଯୋଗଦେଇଛନ୍ତି। କଣ୍ଟିଲୋରେ  ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନଙ୍କ ରାଲିକୁ ବିପୁଳ ସମର୍ଥନ ମିଳିବା ଦେଖାଯାଇଛି । ରାଲି ଦେଖିବାକୁ ବହୁ ସଂଖ୍ୟାରେ ସ୍ଥାନୀୟ ମହିଳା ଓ ଯୁବକ  ଘରୁ ବାହାରି ଆସିଥିଲେ । ରାଲି ଚାଲିଥିବା ସମୟରେ ରାସ୍ତାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

publive-image

ଏକ ଖୋଲା ଜିପ୍‌ରେ ବିଶାଳ ରାଲିରେ  ସୌମ୍ୟରଂଜନ ପଟ୍ଟନାୟକ କଣ୍ଟିଲୋର ପ୍ରସିଦ୍ଧ  ନୀଳମାଧବ ମନ୍ଦିର ପହଞ୍ଚିଥିଲେ। ସେଠାରେ ଶ୍ରୀ ପଟ୍ଟନାୟକଙ୍କୁ ନଗରବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଭଗବାନ ନୀଳମାଧବଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏଥିସହ ସେ କଣ୍ଟିଲୋର ଅଭାବ-ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ।

ସକାଳେ ଶ୍ରୀ  ପଟ୍ଟନାୟକ ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ପ୍ରଚାର କରିଥିଲେ। ସମ୍ପୃକ୍ତ ଗ୍ରାମବାସୀମାନେ ଶ୍ରୀ ପଟ୍ଟନାୟକଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ। ପ୍ରଚାର ସମୟରେ ପ୍ରବଳ ଜନସମାଗମ ହେବା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe