ପଶ୍ଚିମବଙ୍ଗ(ମୁର୍ଶିଦାବାଦ): ନିଲମ୍ବିତ ଟିଏମସି ବିଧାୟକ ହୁମାୟୁନ କବୀର ମୁର୍ଶିଦାବାଦର ରେଜିନଗରରେ ବାବ୍ରି ମସଜିଦ ପରି ଅନୁରୂପ ଏକ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୁସଲିମ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ ଉତ୍ତେଜନା ଜାରି ରହିଥିବାରୁ, ଏହି କାର୍ଯ୍ୟକ୍ରମ କଡା ସୁରକ୍ଷା ମଧ୍ୟରେ ସମ୍ପନ୍ନ ହୋଇଥିଲା। ଅପରପକ୍ଷରେ ଠିକ ସେହି ଦିନ ବିଜେପି ନେତା ସଞ୍ଜୟ ପୋୟରା ମୁର୍ଶିଦାବାଦର ବଞ୍ଜାଟିଆ ମନିନ୍ଦ୍ର ନଗରରେ ରାମ ମନ୍ଦିର ନିର୍ମାଣ ନେଇ ଘୋଷଣା କରିଥିଲେ। ଏହି ଘଟଣା ଏବେ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। 

Advertisment

ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି

ଡିସେମ୍ବର ୧୧ ତାରିଖରେ ବିଧାନ ନଗରର ପ୍ରମୁଖ ଅଞ୍ଚଳରେ ରାମ ମନ୍ଦିର ନିର୍ମାଣ କରାଯିବା ନେଇ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ଅଯୋଧ୍ୟାରେ ରାମ ମନ୍ଦିର ପରି ଏକ ବିଶାଳ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଘୋଷଣା କରାଯାଇଥିଲା। ଏହି ପୋଷ୍ଟରଗୁଡ଼ିକରେ ସ୍ଥାନୀୟ ବିଜେପି ନେତା ଏବଂ ପୂର୍ବତନ ୟୁନିଟ୍ ର ସଭାପତି ସଞ୍ଜୟ ପୋୟରାଙ୍କ ନାମ ଲେଖାଯାଇଥିଲା । ଏହାଛଡା ପୋଷ୍ଟରରେ ରାମ ମନ୍ଦିର, ଏକ ସ୍କୁଲ, ଏକ ହସ୍ପିଟାଲ ଏବଂ ଏକ ବୃଦ୍ଧାଶ୍ରମ ଭଳି ସୁବିଧା ବିଷୟରେ ଉଲ୍ଲେଖ କରାଯାଇଥିଲା । ଏହାସହ ଏସବୁକୁ ନିର୍ମାଣ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ବାସିନ୍ଦାଙ୍କୁ ଟଙ୍କାଟେ ବା ଗୋଟିଏ ଟଙ୍କା ଦାନ କରିବାକୁ ଅନୁରୋଧ କରାଯାଇଥିଲା।

ଆହୁରି ପଢନ୍ତୁ: Low-Cost Soundbars: ସ୍ବଳ୍ପ ମୂଲ୍ୟରେ ସାଉଣ୍ଡବାର୍‌; ଘରେ ପାଆନ୍ତୁ ଥିଏଟର୍‌ ଭଳି ମାହୋଲ୍‌

କଣ କହିଥିଲେ ପୋଏରା?

ଏହି ଘଟଣାକୁ ନେଇ ପୋଏରା କହିଛନ୍ତି ଯେ,"ରାମ ମନ୍ଦିର ବିନା ରାମଙ୍କ ରାଜ୍ୟ ଅସମ୍ପୂର୍ଣ୍ଣ। ଅଯୋଧ୍ୟା ପରି ବିଧାନଗରରେ ଆଉ ଏକ ରାମ ମନ୍ଦିର ନିର୍ମାଣ ହେବ।"  ଏହି ମନ୍ଦିରର ଭିତ୍ତିପ୍ରସ୍ତର ମାର୍ଚ୍ଚ ୨୬ ତାରିଖ ରାମ ନବମୀ ଦିନ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ନୁହେଁ ଏହାସହିତ ଏକ ସ୍କୁଲ, ହସ୍ପିଟାଲ ଏବଂ ବୃଦ୍ଧାଶ୍ରମ ମଧ୍ୟ ନିର୍ମାଣ କରାଯିବ ବୋଲି ସଞ୍ଜୟ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, " କେବଳ ମନ୍ଦିର ନିର୍ମାଣ କରିବା ନୁହେଁ, ବରଂ ସମାଜକୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧା ଯୋଗାଇବା ଆମର ଲକ୍ଷ୍ୟ ଅଟେ।"